ମନୀଷ ସିସୋଦିଆଙ୍କୁ ମିଳିବ ଜାମିନ!
ନୂଆଦିଲ୍ଲୀ: ସିସୋଦିଆଙ୍କୁ ମିଳିବ ଜାମିନ୍ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଥିଲା । ଏହାପରେ ଏହି ମାମଲାରେ ଟଙ୍କା ହେରଫେର ଅଭିଯୋଗରେ ଇଡି ମଧ୍ୟ ତାଙ୍କୁ ଗିରଫ କରିଥିଲା । ଆଉ ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳି ପାରି ନାହିଁ ଜାମିନ । ଏହାରି ମଧ୍ୟରେ ମନୀଷ ସିସୋଦିଆଙ୍କୁ ନେଇ ଆସିଛି ବଡ଼ ଖବର । ମନୀଷ ସିସୋଦିଆ ସୋମବାର ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି ।

ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଭୀ ଦିଲ୍ଲୀର ନେତା ମନୀଷ ସିସୋଡିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଛନ୍ତି । ଜାମିନ ଆବେଦନର ଶୀଘ୍ର ଶୁଣାଣି କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ତେବେ ଏହାକୁ ନେଇ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ଏମିତି କିଛି କହିଛନ୍ତି ଯାହାପରେ ସିସେଦିିଆଙ୍କୁ ବେଲ୍ ମିଳିବା ନେଇ ଅନୁମାନ କରାଯାଉଛି ।
ଅଭିଷେକ ମନୁ ସିଂଭି କୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି ଯେ, ମନୀଷ ସିସୋଡିଆ ଦେଢ଼ ବର୍ଷ ହେଲା ଜେଲରେ ଅଛନ୍ତି । ମାମଲାର ଶୁଣାଣି ଶୀଘ୍ର ହେବ ବୋଲି କୋର୍ଟ କହିଥିଲେ ହେଲେ ଏପର୍ଯ୍ୟନ୍ତ ଆରମ୍ଭ କରି ନାହାନ୍ତି । ଏନେଇ ସିଜେଆଇ ଚନ୍ଦ୍ରଚୁଡ କହିଛନ୍ତି, ଆପଣ ଏକ ଇ-ମେଲ ପଠାଇଛନ୍ତି କି? ମୁଁ ଏହାକୁ ଦେଖିବି ।












Click it and Unblock the Notifications