ମିଳିଲା ନାହିଁ ଜାମିନ, ୫ ଏପ୍ରିଲ୍ ଯାଏଁ ଜେଲରେ ରହିବେ ମନୀଷ ସିସୋଦିଆ
ମଦ ଦୁର୍ନୀତି ମାମଲରେ ଆପ୍ ନେତା ମନୀଷ ସିସୋଦିଆଙ୍କର ଅଡୁଆ ବଢିବାରେ ଲାଗିଛି । ଆଜି ୫ ଦିନିଆ ଅବଧି ଶେଷ ହେବା ପରେ ଇଡି ସିସୋଦିଆଙ୍କୁ ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟରେ ହାଜର କରିଥିଲେ ।

Manish Sisodia: ମଦ ଦୁର୍ନୀତି ମାମଲରେ ଆପ୍ ନେତା ମନୀଷ ସିସୋଦିଆଙ୍କର ଅଡୁଆ ବଢିବାରେ ଲାଗିଛି । ଆଜି ୫ ଦିନିଆ ଅବଧି ଶେଷ ହେବା ପରେ ଇଡି ସିସୋଦିଆଙ୍କୁ ଦିଲ୍ଲୀର ରାଉସ୍ ଏଭେନ୍ୟୁ କୋର୍ଟରେ ହାଜର କରିଥିଲେ । ଏହି ମାମଲାରେ ସିସୋଦିଆଙ୍କୁ ପଚରାଉଚରା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଧିକ ରିମାଣ୍ଡରେ ନେବା ପାଇଁ ମନା କରିଥିଲା । ଯାହା ପରେ ସିସୋଦିଆଙ୍କୁ ୫ ଏପ୍ରିଲ୍ ପର୍ଯ୍ୟନ୍ତ ନ୍ୟାୟିକା ହେପାଜତକୁ ପଠାଯାଇଛି । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ ତାଙ୍କୁ ଆଉ କିଛି ଦିନ ଜେର ହିଁ ରହିବା ପାଇଁ ପଡିବ ।
ମନୀଷ ସିଦୋଦିଆ କୋର୍ଟରେ ଜଜ୍ ଏମ୍.କେ ନାଗପାଲଙ୍କୁ ଜେଲ ଭିତରେ ପଢିବା ପାଇଁ କିଛି ପୁସ୍ତକ ଦେବା ପାଇଁ ଦାବି କରିଛନ୍ତି । ଯାହା ପରେ କୋର୍ଟ ସିସୋଦିଆ ଚାହୁଁଥିବା ପୁସ୍ତକ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ପୂର୍ବରୁ ମାର୍ଚ୍ଚ ୨୧ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଦ ଦୁର୍ନୀତି ମାମଲାରେ ଜାମିନ ପାଇଁ ଆବେଦନ କରିଥିଲେ ଯାହା ଉପରେ କୋର୍ଟ ଇଡିର ଉତ୍ତର ଜାଣିବା ପାଇଁ ଚାହିଁଥିଲେ ଏବଂ ନୋଟିସ୍ ଜାରି କରି ମାର୍ଚ୍ଚ ୨୫ ସୁଦ୍ଧା ଉତ୍ତର ଦେବା ପାଇଁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications