ସପ୍ତାହକୁ ଥରେ ପତ୍ନୀଙ୍କୁ ଦେଖା କରିବାକୁ ସିସୋଦିଆଙ୍କୁ ମିଳିଲା ଅନୁମତି
ମନୀଷ ସିସୋଦିଆଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଅନେକ ଥରେ ନିରାଶ ହେବା ପରେ ତାଙ୍କୁ କୋର୍ଟରେ ମିଳିଛି ଆଶ୍ୱସ୍ତି । ନିଜ ଅସୁସ୍ଥ ସ୍ତ୍ରୀଙ୍କୁ ସପ୍ତାହକୁ ଥରେ ଦେଖା କରିବାକୁ ମିଳିଲା ଅନୁମତି । ଏନେଇ ଆଜି ତାଙ୍କୁ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛି । ଏଥିସହ ମନୀଷ ସିସୋଦିଆଙ୍କ ନିୟମିତ ଜାମିନ ଆବେଦନ ଉପରେ ଫେବ୍ରୁଆରୀ ୨୨ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

ସିସୋଦିଆ ସପ୍ତାହରେ ଥରେ ଘରକୁ ଯାଇ ନିଜ ପତ୍ନୀଙ୍କୁ ଭେଟି ପାରିବେ। ଏଥିସହ ଡାକ୍ତରଙ୍କ ସହ ମଧ୍ୟ ସେ ସାକ୍ଷାତ କରିପାରିବେ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ବ୍ୟବସ୍ଥା ଲାଗୁ ରହିବ। ଏନେଇ ଦିଲ୍ଲୀର ରାଉଜ ରେଭେନ୍ୟୁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି ।
ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆ ଦୀର୍ଘ ଦିନ ହେବ ଅସୁସ୍ଥ ଅଛନ୍ତି। ଅଟୋଇମ୍ୟୁନ ଡିସଅର୍ଡର, ମଲ୍ଟିପୁଲ ସ୍କେଲେରୋସିସରେ ପୀଡିତ। ତାଙ୍କୁ ଏଥିପାଇଁ ଅନେକ ଥର ହସ୍ପିଟାଲରେ ଆଡମିଟ୍ କରିବାକୁ ପଡିଥିଲା।
ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାର ଅର୍ଥ ହେରଫେର ଅଭିଯୋଗରେ ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଥା ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲ୍ରେ ଅଛନ୍ତି। ତାଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ।












Click it and Unblock the Notifications