ମହିଳାଙ୍କ ଅଶ୍ଳିଳ ଭାଇରାଲ ଭିଡିଓ ସୁଟ୍ କରିଥିବା ବ୍ୟକ୍ତି ଗିରଫ, କୁକି ଓ ମେତେଇ ସମ୍ପ୍ରଦାୟ ସହ ଆଲୋଚନା କଲା କେନ୍ଦ୍ର

Manipur, Women Viral Video: ମେ'ମାସରୁ ଆରମ୍ଭ ହୋଇଥିବା ମଣିପୁର ହିଂସାର ନିଆଁରେ ଅନେକ ପରିବାର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାର ଚଲାଇବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ଭାଇରାଲ ଭିଡିଓ ପରେ ବିରୋଧୀ ଦଳ ଲଗାତାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ସହ ଟାର୍ଗେଟ୍ କରୁଛି ।

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ଯେଉଁ ମୋବାଇଲରେ ଏହି ଭିଡିଓ ସୁଟ କରାଯାଇଥିଲା ପୋଲିସ ସେହି ଫୋନକୁ ଜବତ କରିବା ସହ ସୁଟିଂ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ରାଜ୍ୟ ପୋଲିସ ।

ସରକାରୀ ସୂତ୍ର ଅନୁସାରେ, ମଣିପୁରର କୁକି ଏବଂ ମେତେଇ ସମ୍ପ୍ରଦାୟର ସଦସ୍ୟଙ୍କ ସହ କେନ୍ଦ୍ର ସରକାର ଅନେକ ଥର ଆଲୋଚନା କରିସାରିଛନ୍ତି । ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଉଭୟ ମେତେଇ ଏବଂ କୁକି ସମ୍ପ୍ରଦାୟର ଲୋକଙ୍କ ପ୍ରାୟତଃ ୬ ଥର ଆଲୋଚନା କରିସାରିଛନ୍ତି । ସୂଚନାଯୋଗ୍ୟ, ମଣିପୁରର ଦୁଇ ସମ୍ପ୍ରଦାୟ ମୈତୈଇ ଏବଂ କୁକି ମଧ୍ୟରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ମଣିପୁରରେ ଏହି ହିଂସା ଆରମ୍ଭ ହୋଇଥିଲା। ଯେଉଁଥିରେ ଅନେକ ଲୋକଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଛି ।

ତେବେ ଭାଇରାଲ ହୋଇଥିବା ଭିଡିଓ ହିଂସା ଆରମ୍ଭ ହେବା ପରେ ମେ ୨ ତାରିଖର ବୋଲି କୁହାଯାଉଛି । ଏହି ଭିଡିଓରେ, କୁକି ସମ୍ପ୍ରଦାୟର ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ଏକ ଧାନ କ୍ଷେତକୁ ନିଆଯାଉଥିବାର ଦେଖିବା ପାଇଁ ମିଳୁଛି । ଏହି ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା ।

ତେବେ ଏହି ପୁରା ଘଟଣାର ଭିଡିଓ ସୁଟ୍ ଯେଉଁ ବ୍ୟକ୍ତି କରିଥିଲେ ପୋଲିସ ବର୍ତ୍ତମାନ ତାଙ୍କୁ ମୋବାଇଲ୍ ଫୋନ୍ ସହ ଗିରଫ କରିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଭିଡିଓ ମେ'ମାସରେ ସୁଟ୍ କରିଯାଇଥିଲା ହେଲେ ଜୁଲାଇ ମାସରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

manipu

ସଂସଦର ମୌସୁମୀ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଜୁଲାଇ ୧୯ରେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା, ଯାହା ପରେ ବିରୋଧୀ ଦଳ ମୋଦି ସରକାରଙ୍କୁ ବାରମ୍ବାର ଟର୍ଗେଟ୍ କରୁଛନ୍ତି । ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ବିରୋଧୀ ଦଳ ଇଣ୍ତିଆ କ୍ରମାଗତ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ଦାବି କରିଆସୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+