ମଣିପୁର ହିଂସା: ଆକ୍ସର ମୋଡରେ CBI, ୧୦ଗିରଫ

ମଣିପୁର ହିଂସା: ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବର କାଣ୍ତ ପରେ ସାରା ଦେଶରେ ଦେଖାଦେଇଛି ଅସନ୍ତୋଷ । ସଂସଦରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଏହି ଘଟଣାର ନିନ୍ଦା କରାଯାଉଛି । ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯିବା ପରେ ୧୦ ଜଣ ଗିରଫ ହୋଇ ସାରିଥିବା ବେଳେ ୬ଟି ନୂଆ ମାମଲା ରୁଜୁ କରାଯାଇଛି ।

ମେ'ମାସରୁ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ତକୁ ଏହାରି ମଧ୍ୟରେ ତିନି ମାସ ହୋଇଗଲାଣି । ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇବା ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା । ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରଥିଲେ ।

Manipur Riots

ଯେଉଁଥିରେ ଦୁଇ ମହିଳାଙ୍କ ଭାଇରାଲ ଭିଡିଓ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିବା ନେଇ ଉଲ୍ଲେଖ ଥିଲା । ରାଜ୍ୟ ସରକାରଙ୍କ ସହମତି ନେବା ପରେ ହିଁ ସିବିଆଇକୁ ହସ୍ତାନ୍ତର କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ଏହାସହିତ ମଣିପୁକକେ କିପରି ପୁଣି ଶାନ୍ତି ଫେରିବ ସେ ଦିଗରେ ଚେଷ୍ଟା ଜାରି ରହିଛି ।

ସୂଚନାଥାଉ ଯେ, ଜୁଲାଇ ୧୯ ତାରିଖରେ ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇବା ଘଟଣା ଭାଇରାଲ ହୋଇଥିଲା । ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ମହିଳାଙ୍କ ବାପା ବିରୋଧ କରିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାକୁ ନେଇ ସଂସଦରେ ଲଗାତାର କେନ୍ଦ୍ରକୁ ଟାର୍ଗେଟ୍ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+