ମଣିପୁର ହିଂସା: ମିଜୋରାମ ଛାଡ଼ିବାକୁ ମୈତୈମାନଙ୍କୁ ନିର୍ଦ୍ଦେଶ ଦେଲା ଏହି ସଂଗଠନ
Manipur Violence: ମଣିପୁର ହିଂସାର ପ୍ରଭାବ ଏବେ ମିଜୋରାମରେ ଦେଖିବା ପାଇଁ ମିଳୁଛି । ମଣିପୁରରେ ମୈତୈ ସଂପ୍ରଦାୟର ଅତ୍ୟାଚାର ଦିନକୁ ଦିନ ଅସହ୍ୟ ହୋଇପଡିଲାଣି । ଏପରି ସ୍ଥିତିରେ ମିଜୋରାମରେ ରହୁଥିବା ମୈତୈ ସଂପ୍ରଦାୟର ଲୋକଙ୍କୁ ତୁରନ୍ତ ରାଜ୍ୟ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛି ଉଗ୍ରବାଦୀ ସଂଗଠନ ।
ତେବେ ଉଗ୍ରବାଦୀ ସଂଗଠନର ଏପରି ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଜୋରାମରେ ରହୁଥିବା ମୈତୈ ସଂପ୍ରଦାୟର ଲୋକଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଣିପୁରରେ ଦୁଇ ଦଳିତ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଘଟଣାକୁ ମିଜୋ ଯୁବଗୋଷ୍ଠୀ ମଧ୍ୟ କଡା ନିନ୍ଦା କରିବା ସହ ମୈତୈ ସଂପ୍ରଦାୟ ଲୋକଙ୍କୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । ତେବେ ମିଜୋରାମରେ ରହୁଥିବା ମୈତୈ ସଂପ୍ରଦାୟର ଲୋକଙ୍କ ସହ ଯଦି କୌଣସି ପ୍ରକାରର ଅଘଟଣ ଘଟେ ତେବେ ସେଥିପାଇଁ କେହି ଦାୟୀ ନୁହଁନ୍ତି ବୋଲି ମଧ୍ୟ ଚେତାବନୀ ଦିଆଯାଇଛି । ବର୍ତ୍ତମାନ ମିଜୋରାମର ସ୍ଥିତି ବେଶ୍ ଉତ୍ତେଜନାପୂର୍ଣ୍ଣ ରହିଛି ।

ତେବେ ଏପରି ଚେତାବନି ପରେ, ମିଜୋରାମ ମୁଖ୍ୟମନ୍ତ୍ରୀ ସମସ୍ତ ମୈତୈ ସଂପ୍ରଦାୟର ଲୋକଙ୍କ ସୁରକ୍ଷାର ଦାୟିତ୍ୱ ନେଇଛନ୍ତି । ଏପରିକି କେନ୍ଦ୍ର ସରକାର ମଧ୍ୟ ଏହି ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଥାଉ ଯେ,PAMRA ମୈତୈ ସଂପ୍ରଦାୟର ଲୋକଙ୍କୁ ନିଜ ରାଜ୍ୟକୁ ଫେରି ଯିବା ପାଇଁ ନିର୍ଦ୍ଦେଶ ଦେଇଛି । PAMRA ଏକ ଅଣରାଜନୈତିକ ସଂଗଠନ ଯାହା ମିଜୋ ନ୍ୟାଶନାସ ଫ୍ରଣ୍ଟର ଏକ ଅଂଶ ।












Click it and Unblock the Notifications