ମଣିପୁର ହିଂସା: ମୋତେ ଏବେ ବି ଲାଗୁଛି ଯେ, ମୋ ଝିଅ ଫେରି ଆସିବ...
Manipur Violence News In Odia:ମୋତେ ଏବେ ବି ଲାଗୁଛି ଯେ, ମୋ ଝିଅ ଫେରି ଆସିବ । ମଣିପୁରର କାଙ୍ଗପୋକପି ଅଞ୍ଚଳରେ ମେ' 4 ତାରିଖରେ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଦୁଇ ଆଦିବାସୀ ମହିଳାଙ୍କ ମଧ୍ୟରୁ ଜଣଙ୍କର ମା'ଏପରି କହିଛନ୍ତି ।
ମଣିପୁରର କାଙ୍ଗପୋକପି ଅଞ୍ଚଳରେ କାର ଧୋଇବା କାମ କରୁଥିବା 21 ଓ 24 ବର୍ଷ ବୟସ୍କ ଦୁଇଜଣ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସେହି ସମାନ ଦିନରେ ଦୁଇ ମହିଳାଙ୍କ ଉଲଗ୍ନ କରି ରାସ୍ତା ଚଲାଇବା ଘଟଣା ମଧ୍ୟ ଘଟିଥିଲା । ୩ ମେ'ରେ ମଣିପୁରରେ ଜାତିଗତ ହିଂସା ସଂଘର୍ଷ ଆରମ୍ଭ ହୋଇଥିଲା ।

ଇମ୍ଫାଲ ଇଷ୍ଟ ଜିଲ୍ଲାର କୋଉଙ୍ଗ ମାମଙ୍ଗ ଅଞ୍ଚଳରେ ଥିବା ଏକ କାର୍ ୱାଶ ସେଣ୍ଟରରେ କାମ କରୁଥିବା ଏହି ଯୁବତୀଙ୍କୁ ସଂଘବଦ୍ଧ ଭାବେ ଆସି କିଛି ମହିଳା ଓ ପୁରୁଷମାନେ ପ୍ରବଳ ମାଡ଼ ମାରିବା ସହ ଅନେକ ପ୍ରକାର ଅକଥନୀୟ ନିର୍ଯାତନା ଦେଇଥିଲେ । ଏପରିକି ଯୁବତୀଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ । ଏନେଇ ଦୁଇ ମହିଳାଙ୍କ ସହ କାମ କରୁଥିବା ଯୁବକ ସୂଚନା ଦେଇଛନ୍ତି । ଏପରିକି ଦୁଇ ଦଳିତ ମହିଳାଙ୍କ ଚୁଟି କାଟି ଦେବା ସହ ନିକଟସ୍ଥ ଏକ ସ-ମିଲ୍ ନିକଟରେ ଫୋପାଡି ଦେଇ ଚାଲିଯାଇଥିଲେ ଆକ୍ରମଣକାରୀ । ଏହି ମାମଲାକୁ ଇମ୍ଫାଲ ଇଷ୍ଟ ଜିଲ୍ଲାର ପୋଟୋମପାଟ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର ଯାଇଥିଲା । ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ ।
।
ଜଣେ ପୀଡିତାଙ୍କ ମା'କହିଛନ୍ତି, ମୋ ଝିଇ ନିଜ ଭାଇଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ କାର ଧୋଇବାରେ କାମ କରୁଥିଲା । ସେ ସେହି ଗାଁର ଅନ୍ୟ ଜଣେ ମହିଳାଙ୍କ ସହିତ ଏକ ଭଡା ଘରେ ରହୁଥିଲେ। ମଣିପୁରରେ ସଂଘର୍ଷ ହେବାର ଗୋଟିଏ ଦିନ ପରେ ପୀଡିତାଙ୍କ ମା ତାଙ୍କ ଝିଅ ସହ ଯୋଗାଯୋଗ କରିପାରି ନଥିଲେ ।
ପୀଡିତାଙ୍କ ମା' କହିଥିଲେ ଯେ, ଜଣେ ମହିଳା ତାଙ୍କୁ ପଚାରିଥିଲେ ଯେ ଝିଅ ଜୀବନ୍ତ କି ମୃତ ଦରକାର । ତାଙ୍କ ସୂଚନା ଅନୁସାରେ, ଦଙ୍ଗା ଆରମ୍ଭ ହେବା ପରେ ସେ ବାରମ୍ବାର ତାଙ୍କ ଝିଅକୁ କଲ୍ କରିବା ଆରମ୍ଭ କରିଥିଲେ । ହେଲେ ସେ ଫୋନ୍ ଉଠାଇ ନଥିଲେ । ପରେ ଜଣେ ମହିଳା ତାଙ୍କ ଫୋନ୍ ଉଠାଇ ପଚାରିଥିଲେ ଯେ, ତାଙ୍କୁ ଝିଅ ମୃତ ନା ଜୀବିତ ଦରକାର ।
ପୀଡିତାଙ୍କ ମା ଆହୁରି କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ଝିଅର ମୃତ୍ୟୁ ଖବର ପାଇଲେ ସେତେବେଳେ ତାଙ୍କ ଗାଁ ଉପରେ ଆକ୍ରମଣ କରାଯାଇ ପୋଡି ଦିଆଯାଇଥିଲା । ତାଙ୍କ ପରିବାର ଭୟରେ ଜଙ୍ଗଲ ମଧ୍ୟକୁ ପଳାଇଯାଇଥିଲା । ବର୍ତ୍ତମାନ ତାଙ୍କୁ ରିଲିଫ୍ କ୍ୟାମ୍ପରେ ରହିବାକୁ ପଡୁଛି ।












Click it and Unblock the Notifications