Manipur Violence: ୨ ଛାତ୍ରଙ୍କ ମୃତ୍ୟୁ ପରେ ନ୍ୟାୟ ମାଗୁଛନ୍ତି ସାଥି, ପହଞ୍ଚିଲା CBI ଟିମ୍, ଏପରି ଅଛି ସ୍ଥିତି
Manipur Violence: ପୁଣି ବିଗିଡିବାରେ ଲାଗିଛି ମପଣିପୁର ସ୍ଥିତି । ଦୁଇ ଛାତ୍ରଙ୍କ ଅପହରଣ ଓ ହତ୍ୟା ଘଟଣାର ତଦନ୍ତ ପାଇଁ ସିବିଆଇର ଏକ ଟିମ୍ ବୁଧବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଇମ୍ଫାଲରେ ପହଞ୍ଚିଛି । ଏହି ଦଳର ଏଜେନ୍ସିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଜୟ ଭଟନଗର ନେତୃତ୍ୱ ନେଉଛନ୍ତି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ବୁଧବାର ଦିନ ମଣିପୁରର ଇମ୍ଫାଲର ସିଏମ୍ ସେକ୍ରେଟାରିଏଟ୍ ଠାରୁ ପ୍ରାୟ 200 ମିଟର ଦୂରରେ ଥିବା ମୋଇରଙ୍ଗଖୋମରେ ପଥର ମାଡ଼ କରୁଥିବା କିଛି ଲୋକଙ୍କ ଭିଡକୁ ଭାଙ୍ଗିବାପାଇଁ ସୁରକ୍ଷା ବାହିନୀ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ । ଏହି ଘଟଣାରେ ବହୁ ଛାତ୍ର ଆହତ ହୋଇଥିଲେ ।

ଜୁଲାଇ ମାସରେ ନିଖୋଜ ହୋଇଯାଇଥିବା ଦୁଇ ଜଣ ଯୁବକଙ୍କୁ ପ୍ରଥମେ ଅପହରଣ ଏବଂ ପରେ ହତ୍ୟା କରାଯାଇଥିଲା ଯାହାକୁ ବିରୋଧ କରି ଗତ କିଛି ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଛାତ୍ରମାନେ ଏକ ରାଲି ବାହାର କରିଛନ୍ତି । ନିଖୋଜ ଯୁବକଙ୍କ ଫଟୋ ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅଧିକାରୀମାନେ କହିଛନ୍ତି ଯେ, ଛାତ୍ରମାନେ 'ୱି ୱାଣ୍ଟ ଜଷ୍ଟିସ୍'ର ନାରା ଦେଇ ମୁଖ୍ୟମନ୍ତ୍ରୀ ବିରେନ ଏନ ସିଂଙ୍କ ବଙ୍ଗଳା ଆଡକୁ ଯାଉଥିଲେ ।
ଏଥି ସହ ରାଲିର ନେତୃତ୍ୱ ନେଉଥିବା ଛାତ୍ର ଦଳର ନେତା ଗଣମାଧ୍ୟମ ସହ ଆଲୋଚନା କରିବା ସମୟରେ କହିଥିଲେ ଯେ, ଦୁଇ ଯୁବକଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଯଥା ଶୀଘ୍ର ଗିରଫ କରାଯାଉ । 24 ଘଣ୍ଟା ମଧ୍ୟରେ ଗିରଫ କରାଯାଉ ଏବଂ ଅନ୍ତିମ ସଂସ୍କାର ପାଇଁ ଉଭୟ ଛାତ୍ରଙ୍କ ମୃତ ଦେହ ଫେରାଇ ଦିଆଯାଉ । ଛାତ୍ର ନେତା ଆହୁରି କହିଛନ୍ତି, "ଆମେ ଆମର ଅଭିଯୋଗ ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛୁ । ଆମର ବନ୍ଧୁ ଏବଂ ସହକର୍ମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଭଳି ପରିସ୍ଥିତିରେ ଆମେ କିପରି ପାଠପଢା ଜାରି ରଖିବୁ ।'
ସ୍ଥିତିକୁ ସୁଧାରିବା ପାଇଁ ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଛାତ୍ର ନେତାଙ୍କୁ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଭେଟିବାକୁ ଅନୁମତି ଦିଆଯାଉଛି । ହେଲେ ଏହି ସମୟରେ କିଛି ଛାତ୍ର ପଥର ଫିଙ୍ଗିବା ଆରମ୍ଭ କରିଥିଲେ ଯାହା ଫଳରେ ହଠାତ୍ ସ୍ଥିତି ବିଗିଡି ଯାଇଥିଲା।
ଏହା ପରେ ସୁରକ୍ଷା କର୍ମୀମାନେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ । ଏହାପୂର୍ବରୁ ମଙ୍ଗଳବାର ଦିନ ଆରଏଫ୍ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ 45 ଜଣ ଆହତ ହୋଇଥିବା ନେଇ ସୂଚନା ରହିଥିଲା ।












Click it and Unblock the Notifications