Get Updates
Get notified of breaking news, exclusive insights, and must-see stories!

କମୁନି ମଣିପୁର ହିଂସା : ରାଷ୍ଟ୍ରପତି ଶାସନ ଲାଗୁ ପରଠାରୁ ଉଗ୍ରପନ୍ଥୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜୋର୍‌ଦାର୍‌

ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବାପରେ ବିଭିନ୍ନ ଉଗ୍ରପନ୍ଥୀ‌ ଗୋଷ୍ଠୀ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହଙ୍କ ଇସ୍ତଫା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରଠାରୁ ଉଗ୍ରପନ୍ଥୀଙ୍କ ଆଡ଼ା ଧ୍ବସ୍ତ ସହ ଗିରଫଦାରୀ ପାଇଁ ମିଳିତ ସୁରକ୍ଷା ବାହିନୀ ବିଭିନ୍ନ ଅଂଚଳରେ ଅପରେସନ୍‌ ଜାରି ରଖିଛି।

ଉଗ୍ରପନ୍ଥୀ ପ୍ରବଣ ଅଞ୍ଚଳରେ ଏବେ କର୍ଫ୍ୟୁ ଜାରି ହୋଇଛି। ସପ୍ତାହକ ମଧ୍ୟରେ ସୁରକ୍ଷାବାହିନୀ ବିଭିନ୍ନ ଉଗ୍ରପନ୍ଥୀ ଗୋଷ୍ଠୀର ଶୀର୍ଷ ନେତା ସମେତ ୩୦ରୁ ଅଧିକ ଉଗ୍ରପନ୍ଥୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏଥିସହ ଅନେକ 'ଗ୍ରାମ ସ୍ବେଚ୍ଛାକର୍ମୀ' ମଧ୍ୟ ଅଟକ ରହିଛନ୍ତି। ଏହାକୁ ବିରୋଧ କରି ଇମ୍ଫାଲର ଅନେକ ଅଞ୍ଚଳରେ ଆନ୍ଦୋଳନ ମଧ୍ୟ ଆରମ୍ଭ ହୋଇଯାଇଛି। ଗିରଫ ହୋଇଥିବା ଉଗ୍ରପନ୍ଥୀମାନେ କେସିପି (କାଙ୍ଗଲେପାକ୍‌ କମ୍ୟୁନିଷ୍ଟ ପାର୍ଟି), ପିଏଲ୍‌ଏଏମ୍‌ (ପିପୁଲ୍ସ ଲିବରେସନ୍‌ ଆର୍ମି-ମଣିପୁର) ସମେତ ଅନ୍ୟାନ୍ୟ ଉଗ୍ରପନ୍ଥୀ ଗୋଷ୍ଠୀର ‌ବୋଲି ଜଣାପଡ଼ିଛି।

manipur

ସେହିପରି କୁକି ଉଗ୍ରପନ୍ଥୀ ଗୋଷ୍ଠୀ, କୁକି ନ୍ୟାସନାଲ୍‌ ଆର୍ମି (କେଏନ୍‌ଏ) ଏବଂ ୟୁଏନ୍‌କେଏ (ୟୁନାଇଟେଡ୍‌ ନ୍ୟାସନାଲ କୁକି ଆର୍ମି) ସଦସ୍ୟ ମଧ୍ୟ ଗିରଫ ହୋଇଛନ୍ତି। ସୁରକ୍ଷାକର୍ମୀ ମଧ୍ୟ ୧୫ ଆଇଇଡି ଏବଂ ଅତ୍ୟାଧୁନିକ ସ୍ବୟଂଚାଳତ ଏଚ୍‌କେ ରାଇଫଲ୍‌, ଇନସାସ୍‌ ରାଇଫଲ୍‌ ଏବଂ ଏକେ ସିରିଜ୍‌ ରାଇଫଲ୍‌ ସମେତ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ଶୁକ୍ରବାର ଦିନ ଅପରେସନ୍‌ରେ କାକ୍‌ଚିଙ୍ଗ ଜିଲ୍ଲାର ୧୦ ଭଲ୍ୟୁଣ୍ଟିୟର ଗିରଫ ହୋଇଛନ୍ତି।

ଏହି ଘଟଣାକୁ ବିରୋଧ କରି ଇମ୍ଫାଲରେ ଆନ୍ଦୋଳନ ଚାଲିଛି। ଲୋକମାନେ ରାସ୍ତା ଉପରେ ଟାୟାର ‌ଜାଳି ସେମାନଙ୍କ କ୍ରୋଧ ପ୍ରକାଶ କରିଛନ୍ତି। ଉଲ୍ଳେଖଯୋଗ୍ୟ, ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଉଗ୍ରପନ୍ଥୀଙ୍କୁ ଅସ୍ତ୍ରଶସ୍ତ୍ର ଫେରାଇ ଦେବାପାଇଁ ୭ ଦିନ ସମୟ ଦେବାପରେ ମିଳିତ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଜୋର୍‌ଦାର୍‌ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+