Get Updates
Get notified of breaking news, exclusive insights, and must-see stories!

Manipur Violence:ଜାଣନ୍ତୁ କିଏ କରିଥିଲା ମଣିପୁର ଭାଇରାଲ ଭିଡିଓ ସୁଟ୍ ? ପୋଲିସକୁ ମିଳିଲା ମୋବାଇଲ୍

ମଣିପୁର ହିଂସା: ମଣିପୁର ଦୁଇ ଆଦିବାସୀ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଚଲାଇବା ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି । ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଲାଣି । ତେବେ କାର୍ଯ୍ୟାନୁଷ୍ଠାନ ସମୟରେ ଜଣେ ଅଭିଯୁକ୍ତଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଜବତ ହୋଇଛି ଯେଉଁଥିରେ ଏହି ଭାଇରାଲ ଭିଡିଓ ସୁଟ୍ କରାଯାଇଛି ବୋଲି ପୋଲିସ ସନ୍ଦେହ କରୁଛି । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ତ ଦେବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଲିଙ୍କ ବା ଏଥିରେ ପ୍ରମାଣ ଥାଇପାରେ ବୋଲି ପୋଲିସ ସୂଚନା ଦେଇଛି ।

ମଣିପୁର ପୋଲିସ ରବିବାର ଦିନ ଟ୍ୱିଟ୍ କରି ସୂଚନା ଦେଇଥିଲା ଯେ, ୫ ଅଭିଯୁକ୍ତଙ୍କୁ ଗରିଫ କରି ପଚରାଉଚରା ପାଇଁ ୧୧ ଦିନିଆ ରିମାଣ୍ତରେ ପଠାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିଲ ତନାଘନା କରୁଛି । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ଜଣେ ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି ଯେ, ଏକ ଫୋନ୍ ଜବତ କରାଯାଇଛି ଏବଂ ଏହାକୁ ସାଇବର ସେଲକୁ ପଠାଯାଇଛି । ଆମେ ନିଶ୍ଚିତ ଯେ ଏହି ଫୋନ୍ ହିଁ ମଣିପୁର ଭାଇରାଲ ଭିଡିଓ ରେକର୍ଡ କରାଯାଇଛି ।

manipur

ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପଚରାଉଚରା କରୁଛି । ମେ ୪ ତାରିଖରେ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଘଟଣାକୁ ନେଇ ବର୍ତ୍ତମାନ ସାରା ଦେଶର ଚର୍ଚ୍ଚା ଓ ସମାଲୋଚନା ଲାଗି ରହିଛି । ଏହି ଘଟଣା ଘଟିବାର ଦୁଇ ମାସ ପରେ ଜୁଲାଇ ୧୯ରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ସାରା ଦେଶରେ ବିରୋଧ କରାଯାଉଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ପରେ ସମଗ୍ର ବିରୋଧୀ ଦଳ ଉତ୍ତେଜିତ ହୋଇ ସିଏମଙ୍କ ଇସ୍ତଫା ଦାବି କରିବା ସହ ସାରା ଦେଶରେ ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି । ଯାହା ପରେ ଜୁଲାଇ ୨୦ରେ ପୋଲିସ ଏହି ମାମଲାରେ ପ୍ରଥମ ଅଭିଯୁକ୍ତକୁ ଗିରଫ କରିଥିଲା । ମେ ୩ତାରିଖରୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ତରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ପିଟିଆଇ ସୁଚନା ଅନୁସାରେ,ରାଜ୍ୟର ପରିସ୍ଥିତି ଉପରେ ନଜର ରଖିଥିବା ବିଭିନ୍ନ ସୁରକ୍ଷା ଏଜେନ୍ସିର ଅଧିକାରୀମାନେ କହିଛନ୍ତି ଯେ, ଗୁଜବ, ମିଥ୍ୟା ଖବର ହିଂସା ବଢିବାର ମୁଖ୍ୟ କାରଣ ।

ସେପଟେ ମଣିପୁର ହିଂସାକୁ ନେଇ ମିଜୋରାମର ଆଇଜୱାଲରେ କୁକି ଏବଂ ମୈତୈଇ ସମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲା । ମିଜୋରାମର ପୂର୍ବତନ ବିଦ୍ରୋହୀ ଗୋଷ୍ଠୀ ମୈତୈଇ ସମ୍ପ୍ରଦାୟର ଲୋକଙ୍କୁ ଧମକ ଦେଇଛନ୍ତି । ନିଜ ସୁରକ୍ଷା ପାଇଁ ରାଜ୍ୟ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବତନ ବିଦ୍ରୋହୀ ଗୋଷ୍ଠୀର ଚେତାବନୀ ଉପରେ କାର୍ଯ୍ୟ କରି ମିଜୋରାମ ପୋଲିସ ଆଇଜୱାଲ ସହରର ମୈତୈଇ ସମ୍ପ୍ରଦାୟ ପାଇଁ ସୁରକ୍ଷାକୁ ତ୍ୱରାନ୍ୱିତ କରିଥିଲା । ୱାଇଟି କଲେଜ, ମିଜୋରାମ ବିଶ୍ୱବିଦ୍ୟାଳୟ, ରିପାନ୍ସ, ଜେମାବୋକ, ଜେ ଆଣ୍ଡ ଏମସି, ଫାଲକନରେ ସୁରକ୍ଷାକୁ ବୃଦ୍ଧି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+