ମଣିପୁରରେ ଥମୁନି ହିଂସା:ପୋଲିସ ଷ୍ଟେସନ ଉପରେ ଆକ୍ରମଣ, ବିଜେପି ଅଫିସକୁ କଲେ ଟାର୍ଗେଟ୍

Manipur Violence News:ମଣିପୁର ସରକାରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ହିଂସା ବନ୍ଦ ହେବାର ନାମ ନେଉନାହିଁ । ରାଜ୍ୟରେ ଅଶାନ୍ତି ଲାଗିରହିଛି । ଗତକାଲି ରାତିରେ ମଣିପୁର ବିଷ୍ଣୁପୁର ଜିଲ୍ଲାର କ୍ୱାକ୍ଟା ଏବଂ ଚୁରାଚାନ୍ଦପୁର ଜିଲ୍ଲାର କଙ୍ଗୱାଇରେ ମେସିନ୍ ଗନରେ ଗୁଳିଗୋଳା ବର୍ଷଣ ହୋଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତ ଦୁଇ ମାସ ହେବ ମଣିପୁରର ସ୍ଥିତିରେ କୌଣସି ସୁଧାର ଆସିପାରୁ ନାହିଁ । ଶନିବାର ଦିନ ଦୃବୁତ୍ତ ମାନେ ଲାଙ୍ଗୋଲରେ ଏକ ଖାଲି ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ଏହା ବ୍ୟତୀତ ଭଙ୍ଗାରୁଜା ଏବଂ ଅଗ୍ନିକାଣ୍ଡର ଅନେକ ଘଟଣା ମଧ୍ୟ ପ୍ରକାଶ ପାଇଛି। ଇମ୍ଫାଲ ପୂର୍ବ ଜିଲ୍ଲାରେ ସେନା, ଆସାମ ରାଇଫଲ୍ସ, ରାପିଡ୍ ଆକ୍ସନ୍ ଫୋର୍ସ ଏବଂ ରାଜ୍ୟ ପୋଲିସର ମିଳିତ ବାହିନୀ ମଧ୍ୟରାତ୍ରି ବିଭିନ୍ନ ସ୍ଥାନରେ ଜାଞ୍ଚ କରିଥିଲା ।

Manipur

ୱାଇ ଜୟକୁମାର ସିଂହଙ୍କ ସୂଚନା ଅନୁସାରେ, ସେ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ କଥା ହୋଇଛନ୍ତି । ମାମଲାକୁ ସଠିତ୍ ଢଙ୍ଗରେ ତୁଳାଇବା ପାଇଁପ୍ରୟାସ କରାଯିବା ଉଚିଚ୍ ବୋଲି ସେ କହିଛନ୍ତି । ସରକାର ଏହି ସମ୍ବେଦନଶୀଳ ଘଟଣାରେ ନିଶ୍ଟୟ ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି ।

ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ 1000 ଲୋକ ଏକତ୍ରିତ ହୋଇ ନିଆଁ ଲଗାଇବା ପାଇଁ ଉଦ୍ୟମ କରିଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦଙ୍ଗାକାରୀଙ୍କ ଉପରେ ଲୁହବୁହା ଗ୍ୟାସ ସେଲ ପକାଯାଇଥିଲା ଯେଉଁଥିରେ ଦୁଇ ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।

ସେହିପରି ଦଙ୍ଗାକାରୀ ପୋଲିସ ଷ୍ଟେସନକୁ ମଧ୍ୟ ଟାର୍ଗେଟ କରିଥିବା ନେଇ ସୂଚନା ରହିଛି । ଶୁକ୍ରବାର ରାତିରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଇରିଙ୍ଗବାମ ପୋଲିସ ଷ୍ଟେସନର ଅସ୍ତ୍ରଶସ୍ତ୍ର ଚୋରି କରିବାକୁ ଉଦ୍ୟମ କରାଯାଇଥିଲା । ରାତି 11.40 ରେ, 300 ରୁ 400 ଲୋକ ପୋଲିସ ଷ୍ଟେସନକୁ ଭଙ୍ଗାରୁଜା କରିବାକୁ ଚେଷ୍ଟା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+