Manipur Violence:ମଣିପୁରରେ ହିଂସା ରୋକିବା ପାଇଁ ପ୍ରୟାସ, ଜୁନ୍ ୧୦ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ
Manipur Violence:ମଣିପୁରରେ ହିଂସା ରୋକିବା ପାଇଁ ପ୍ରୟାସ । ଶନିବାର ଅର୍ଥାତ୍ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମଇ ୩ ତାରିଖରୁ ଏଠାରେ ଇଣ୍ଟନେଟ୍ ବ୍ୟାନ୍ କରାଯାଇଛି ।

ଜୁନ୍ ୧୦ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟନେଟ୍ ସେବା ବନ୍ଦ ରହିବ ବୋଲି ସୋମବାର ଦିନ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ମେତେଇ ସମ୍ପ୍ରଦାୟକ ଏବଂ କୁକି ଆଦିବାସୀ ଗୋଷ୍ଠୀ ମଧ୍ୟରେ ଚାଲିଥିବା ରକ୍ତାକ୍ତ ବିବାଦ ସମାପ୍ତ ହେବାର ନାମ ନେଉନାହିଁ, ଯେଉଁଥିପାଇଁ ଏଠାରେ ପରିସ୍ଥିତି ତିକ୍ତ ହୋଇ ରହିଛି। ୩ ମଇରେ ହୋଇଥିବା ହିଂସାରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରାୟ ୧୦,୦୦୦ ଆସାମ ରାଇଫଲ ଏବଂ ସେନା କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି ସମୟରେ ମଣିପୁର ବିଜେପି ଉପାଧ୍ୟକ୍ଷ ଚିଦାନନ୍ଦ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆସାମ ରାଇଫଲଙ୍କୁ ଫେରାଇ ନେବା ପାଇଁ ଅନୁରୋଧ କରିଛନ୍ତି ।
ଜୁନ୍ ୫ରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚିଦାନନ୍ଦ କହିଛନ୍ତି ଯେ, ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବାହିନୀର କର୍ମଚାରୀମାନେ ନିରନ୍ତର କାର୍ଯ୍ୟ କରୁଛନ୍ତି, କିନ୍ତୁ ଆସାମ ରାଇଫଲର କାର୍ଯ୍ୟ କରୁଥିବା ଲୋକମାନେ ସେମାନଙ୍କ ଦାୟିତ୍ୱକୁ ଗମ୍ଭୀରତାର ସହ ତୁଳାଉ ନାହାଁନ୍ତି । ସେ ଆହୁରି କହିଛନ୍ତି ଯେ, ଯଦି ଏଠାରେ ଏକ ନିରପେକ୍ଷ କେନ୍ଦ୍ରୀୟ କିମ୍ବା ରାଜ୍ୟ ଏଜେନ୍ସି ସ୍ଥାପିତ ହୁଏ ତେବେ ସ୍ଥିତି ଶୀଘ୍ର ସୁଧୁରିଯିବ ।












Click it and Unblock the Notifications