ମଣିପୁର ହିଂସା:ମୁଖ୍ୟ ଅଭିଯୁକ୍ତ ଘରେ ନିଆଁ ଲଗାଇଲେ ଉତ୍ତ୍ୟକ୍ତ ଲୋକେ

ମଣିପୁର ହିଂସା:ମଣିପୁର ବିଚ୍ ରାସ୍ତାରେ ୨ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶ କ୍ରୋଧିତ ହୋଇଛି । ଶୁକ୍ରବାର ଦିନ ମଣିପୁର ଉତ୍ତ୍ୟକ୍ତ ଲୋକେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହୁଏରେମ ହେରାଦାଶ ସିଂ ଘରେ ନିଆଁ ଲଗାଇ ଜାଳି ଦେଇଛନ୍ତି ।

ସୂଚନା ଅନୁସାରେ, ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାଶ ସିଂଙ୍କ ଘର ଜୁଳୁଥିବା ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଯେଉଁଥିରେ ଜଳୁଥିବା ଘର ନିକଟରେ ବହୁ ପୁରୁଷ ଏବଂ ମହିଳା ଛିଡା ହୋଇଥିବାର ଦେଖିବା ପାଇଁ ମିଳୁଛି । ଏପରି ଲଜ୍ୱାଜନକ ଘଟଣା ସମସ୍ତ ନାରୀ ଜାତି ପାଇଁ ଅପମାନ ଜନକ ବୋଲି ଦାବି କରାଯାଉଛି । ମଣିପୁର ଉତ୍ୟକ୍ତ ମହିଳାମାନେ ହୁଇରେମ ହେରାଦଶ ସିଂଙ୍କ ଘରେ ନିଆଁ ଲଗାଇଥିବାର ଦେଖିବା ପାଇଁ ମିଳୁଛି ।

Manipur Violence

ମଣିପୁରରେ ୨ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ଭିଡିଓ ଭାଇରାଲ ହେବା ପରେ ପୋଲିସ ଏପର୍ଯ୍ୟନ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି 26 ସେକେଣ୍ଡ ଭିଡିଓ ମଣିପୁର ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗପୋକପି ଜିଲ୍କାରେ ଗତ ମେ'୪ ତାରିଖରେ ଘଟିଥିଲା ଲଜ୍ୱାଜନକ ଘଟଣା । ଏହି ଭିଡିଓରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ନେବା ସହ ଅସଦାଚରଣ କୁଥିବା ଦେଖିବା ପାଇଁ ମିଳିଥିଲା । ଏହି ଘଟଣାର ସାରା ଦେଶରେ ନିନ୍ଦା କରାଯାଉଛି ।

ମଣିପୁର ହିଂସା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି,ଯାହା ଘଟିଲା ମୋତେ ଗଭୀର ଆଘାତ ଦେଇଛି । କୌଣସି ବି ଅଭିଯୁକ୍ତଙ୍କୁ ଛଡ଼ାଯିବନି । ମଣିପୁର ଘଟଣା ଅତ୍ୟନ୍ତ ଲଜ୍ଜାଜନକ । ମାଆ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା କରିବୁ । ସବୁ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନଶୃଙ୍ଖଳା ମଜଭୁତ କରନ୍ତୁ । ରାଜନୀତିରୁ ଊର୍ଦ୍ଧ୍ବରେ ରହି ନାରୀଙ୍କ ସମ୍ମାନ ପ୍ରତି ଗୁରୁତ୍ବ ଦିଅନ୍ତୁ ।

ସେହିପରି ଭିଡିଓ ଭାଇରାଲ ପରେ ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଟ୍ୱିଟର କିମ୍ବା ଅନ୍ୟ ସୋସିଆଲ ମିଡିଆରେ ଭିଡିଓ ସେୟାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ନିୟମ ପାଳନ କରିବାକୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+