ମଣିପୁର ହିଂସା:ଗଲାଣି ୫୦ରୁ ଅଧିକ ଜଣଙ୍କ ଜୀବନ

ଇମ୍ପାଲ:ମଣିପୁରରେ ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ଅଶାନ୍ତ ଲାଗି ରହିଛି । ଏପର୍ଯ୍ୟନ୍ତ ୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହିଂସା ଯୋଗୁଁ ମଣିପୁରର ଚୁରଚାନ୍ଦପୁରରେ କର୍ଫ୍ୟୁ ଲାଗୁ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏଠାରେ ସ୍ଥିତି ସୁଧୁରୁଛି, କର୍ଫ୍ୟୁ ମଧ୍ୟ କୋହଳ କରାଯାଇଛି ।

manipur violence

ଚୁରଚାନ୍ଦପୁରରେ ଆଜି ସକାଳ ୭ ଟାରୁ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ପରିସ୍ଥିତି ସୁଧିରିବା ପରେ ସରକାର ସମସ୍ତ ଦଳ ସହ ଆଲୋଚନା କରି କର୍ଫ୍ୟୁକୁ କୋହଳ କରିବାର ନିଷ୍ପତ୍ତି ନେଇଛନ୍ତି । ମଣିପୁରର ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ସବୁ ଦଳ ସହ ନିରନ୍ତର ଆଲୋଚନା କରୁଛନ୍ତି।

manipur violence

ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ସମସ୍ତ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ଏହି ସମୟରେ ମଣିପୁରର ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଶନିବାର ଦିନ ଏକ ସର୍ବଦଳୀୟ ବୈଠକ କରିଛନ୍ତି ।

ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଣିପୁରର ପରିସ୍ଥିତି ଉପରେ ଆଲୋଚନା ପାଇଁ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁଣିଥରେ ରାଜ୍ୟରେ ଶାନ୍ତି ଏବଂ ସ୍ଥିରତା ଆଣିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ରହିଛି । ବୈଠକରେ ଶାନ୍ତି ବଜାୟ ରଖିବାକୁ ଏବଂ କୌଣସି ପ୍ରକାର ହିଂସା ନକରିବାକୁ ଲୋକଙ୍କୁ ନିବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଏଠାରେ ଭାରତୀୟ ସେନା ଏବଂ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତିକୁ ତଦାରଖ କରିବା ପାଇଁ ବାୟୁସେନା ନିୟୋଜିତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସାରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+