ବର୍ବରତାର ସମସ୍ତ ସୀମା ଅତିକ୍ରମ କଲା ମଣିପୁର ହିଂସା; ୩ ବର୍ଷର ଶିଶୁ ଆଖି ତାଡି ହତ୍ୟା କରୁଥା ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ମଣିପୁର ହିଂସା ଥମିବା ବଦଳରେ ବଢ଼ିବାରେ ଲାଗିଛି । କୁକି ଉଗ୍ରବାଦୀଙ୍କ ବର୍ବରକାଣ୍ଡର ଖୁଲାସା ହୋଇଛି । ଜିରବାମ୍ ଜିଲ୍ଲାରେ କୁକି ଉଗ୍ରବାଦୀମାନେ ଅପହରଣ କରି ହତ୍ୟା କରିଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି ।

Manipur violence

ଏଥିରେ ୩ବର୍ଷର ଏକ ଶିଶୁକୁ ଅତି ବର୍ବରତାର ସହିତ ହତ୍ୟା କରାଯାଇଛି । ଉଗ୍ରବାଦୀମାନେ ପ୍ରଥମେ ଶିଶୁର ଆଖି ତାଡିଥିଲେ, ପରେ ନିଷ୍ପାପ ଶିଶୁର ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲେ । ଶରୀର ଅଧିକାଂଶ ସ୍ଥାନରେ କ୍ଷତାକ୍ତ ଚିହ୍ନ ଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ସାମ୍ନାକୁ ଆସିଛି । ଏହି ପୋଷ୍ଟମର୍ଟମ ଆସାମର କଚ୍ଚର ଜିଲ୍ଲାରେ ଥିବା ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ।

ନଭେମ୍ବର ୧୧ ତାରିଖରେ ମୈତେଇ ସମୁଦାୟ ଉପରକୁ କୁକି ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ । ଏହା ପରେ ମୈତେଇ ସମୁଦାୟର ୩ଜଣ ମହିଳା ୩ଜଣ ଛୋଟ ପିଲା ନିଖୋଜ ହୋଇଯାଇଥିଲେ । ଗତ ସପ୍ତାହ ପରେ ଜିରବାମ୍ ଜିଲ୍ଲାର ଜିରି ନଦୀ ଏବଂ ଆସାମର ବାରକ୍ ନଦୀ ନିକଟରୁ ୬ଜଣଙ୍କ ମୃତଦେହ ମିଳିଥିଲା । ମୃତକଙ୍କ ମଧ୍ୟରୁ ୩ଜଣଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ଯେଉଁଥିରେ ଏକ ୩ ବର୍ଷିୟ ଶିଶୁଙ୍କୁ ଅତି ଜଘନ୍ୟ ଭାବେ ହତ୍ୟା କରାଯାଉଥିବା ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+