Get Updates
Get notified of breaking news, exclusive insights, and must-see stories!

ମଣିପୁର ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାର ହେବ ସିବିଆଇ ତଦନ୍ତ

Manipur Violence: ମଣିପୁରରେ ୨ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାର ହେବ ସିବିଆଇ ତଦନ୍ତ । ଆସନ୍ତାକାଲି ଏନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇପାରନ୍ତି ।

ସୂଚନାଥାଉ ଯେ, ବର୍ତ୍ତମାନ ଏହି ଘଟଣାରେ ଅଶ୍ଳିଳ ଭିଡିଓ ସୁଟିଂ କରିଥିବା ବ୍ୟକ୍ତି ସହ ତାଙ୍କ ଫୋନ୍ ପୋଲିସ ଜବତ କରିଛି । ଯାହା ବର୍ତ୍ତମାନ ଯାଞ୍ଚ କରାଯାଉଛି । ସରକାରୀ ସୂତ୍ର ଅନୁସାରେ, ମଣିପୁରର କୁକି ଏବଂ ମେତେଇ ସମ୍ପ୍ରଦାୟର ସଦସ୍ୟଙ୍କ ସହ କେନ୍ଦ୍ର ସରକାର ଅନେକ ଥର ଆଲୋଚନା କରିସାରିଛନ୍ତି ।

MANIPUR

ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ଉଭୟ ମେତେଇ ଏବଂ କୁକି ସମ୍ପ୍ରଦାୟର ଲୋକଙ୍କ ପ୍ରାୟତଃ ୬ ଥର ଆଲୋଚନା କରିସାରିଛନ୍ତି । ସୂଚନାଯୋଗ୍ୟ, ମଣିପୁରର ଦୁଇ ସମ୍ପ୍ରଦାୟ ମୈତୈଇ ଏବଂ କୁକି ମଧ୍ୟରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ମଣିପୁରରେ ଏହି ହିଂସା ଆରମ୍ଭ ହୋଇଥିଲା । ଯେଉଁଥିରେ ଅନେକ ଲୋକଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ଘଟିଛି । ସେପଟେ ଏହି ଘଟଣାକୁ ନେଇ ବିଜେପି ସରକାର ଅଡୁଆରେ ପଡ଼ିଛନ୍ତି ।

ସୂଚନା ଅନୁସାରେ, ଏହି ଘଟଣାର ସିବିଆଇ ତଦନ୍ତ କରାଯିବା ସହ ପଡୋଶୀ ରାଜ୍ୟ ଆସାମର କୌଣସି କୋର୍ଟରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ ସିବିଆଇ ତଦନ୍ତ ବିଷୟରେ ଅବଗତ କରାଇବେ । ଏହାସହ ନିଜ ଦାବି ଗୁଡ଼ିକ ମଧ୍ୟ ଉପସ୍ଥାପନା କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+