ମଣିପୁର ହିଂସା କାଣ୍ତ:୬ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା CBI
ମଣିପୁର: ମଣିପୁର ହିଂସା ପଛରେ ହୋଇଥିବା ଷଡଯନ୍ତ୍ରର ଯାଞ୍ଚ ପାଇଁ ସିବିଆଇ 6 ଜଣଙ୍କ ବିରୋଧରେ FIR ରୁଜୁ କରିଛି । ମଣିପୁର ଦଙ୍ଗା ମାମଲାର ଯାଞ୍ଚ ପାଇଁ ଡିଆଇଜି ରାଙ୍କର ଅଧିକାରୀଙ୍କ ଅଧୀନରେ ସିବିଆଇ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିଛି ।

ମଣିପୁର ସରକାର ସିବିଆଇ ତଦନ୍ତ ମାଧ୍ୟମରେ ୬ଟି ମାମଲାରେ ଏହା ଜାଣିବା ପାଇଁ ଚେଷ୍ଟା କରୁଛି ଯେ, ଏହା ଏକ ସାଧାରଣ ଷଡଯନ୍ତ୍ରର ନା ଏହି ଜାତିୟ ହିଂସା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା ।
ଜାତି ହିଂସା ମଧ୍ୟରେ ମଣିପୁରରେ ଶାନ୍ତି ବଜାୟ ରଖିବାକୁ ରାଜ୍ୟ ଓ କେନ୍ଦ୍ର ସରକରାଙ୍କ ପକ୍ଷରୁ ଲଗାତର ପ୍ରୟାସ କରାଯାଉଛି । ରାଜ୍ୟ ମନ୍ତ୍ରୀ ତଥା ବିଧାୟକମାନେ ବିଭିନ୍ନ ଅଞ୍ଚଳ ବୁଲି ଦେଖୁଛନ୍ତି । ଏଥି ସହିତ ଗୃହ ମନ୍ତ୍ରଣାଳୟ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ 101.75 କୋଟି ଟଙ୍କାର ରିଲିଫ ପ୍ୟାକେଜ ଅନୁମୋଦନ ମିଳିଛି ।
ଏଥି ସହ ଗୃହମନ୍ତ୍ରୀ ଅମିତ ଶାହ ଇମଫାଲରେ ମଣିପୁର ପୋଲିସ, ସିଏପିଏଫ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମଣିପୁରର ସୁରକ୍ଷା ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ମଣିପୁରର ଶାନ୍ତି ଏବଂ ସମୃଦ୍ଧିକୁ ସବୁଠୁ ବଡ଼ ପ୍ରାଥମିକତା ବୋଲି ମଧ୍ୟ କହିଥିଲେ ।












Click it and Unblock the Notifications