ମଣିପୁର ହିଂସା ମାମଲା: ଆଜି ସୁପ୍ରିମକୋର୍ଟରେ ହୋଇପାରେ ଶୁଣାଣି, ଗତକାଲି ସତ୍ୟପାଠ ଦାଖଲ କରିଥିଲା କେନ୍ଦ୍ର
Supreme Court On Manipur Violence: ମଣିପୁର ହିଂସା ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିବେ। ଆଜିର ଶୁଣାଣିରେ ସୁପ୍ରିମକୋର୍ଟ ସରକାରଙ୍କୁ ଅନେକ ନିର୍ଦ୍ଦେଶ ଦେଇପାରନ୍ତି । ମଣିପୁରରେ ମହିଳାଙ୍କୁ ନିବସ୍ତ୍ର କରି ଚଲାଇବା ଘଟଣାକୁ ନେଇ ସଂସଦରୁ ସଡ଼କ ସବୁଠି ମାହୋଲ ଗରମ । ବିରୋଧି କେନ୍ଦ୍ର ସରକାରାଙ୍କୁ ଟାର୍ଗେଟ୍ କରୁଛନ୍ତି । ସାରା ଦେଶର ଲୋକମାନେ ରାସ୍ତାରେ ବାହାରି ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାପୂର୍ବରୁ ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ ।

କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ, ଦୁଇ ମହିଳାଙ୍କ ଭାଇରାଲ ଭିଡିଓ ମାମଲାର ତଦନ୍ତ କରିବ ସିବିଆଇ । ଏହି ଘଟଣାର ତଦନ୍ତ ରାଜ୍ୟ ସରକାରଙ୍କ ସହମତି ନେବା ପରେ ହିଁ ସିବିଆଇକୁ ହସ୍ତାନ୍ତର କରାଯାଉଛି । ଏହାସହ ଚିହ୍ନଟ ହୋଇଥିବା ଅପରାଧିଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି ଏଥି ପାଇଁ ସ୍ପେସାଲ ପୋଲିସ ଟିମ୍ ଗଠନ କରାଯାଇଛି ଏବଂ ଅନ୍ୟ ବରିଷ୍ଠ ପୋଲିସ୍ କର୍ମଚାରୀଙ୍କ ନିରନ୍ତର ଏହି ଘଟଣା ଉପରେ ନଜର ରଖିଛନ୍ତି ।
କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ କରି ରାଜ୍ୟ ବାହାରେ ଏହି ମାମଲାର ଶୁଣାଣି ପାଇଁ ଗୁହାରି କରିଛନ୍ତି । ଚାର୍ଜସିଟ ଦାଖଲ ତାରିଖ ଠାରୁ ଏକ ମାସ ମଧ୍ୟରେ ଏହାର ଶୁଣାଣି କରିଯିବା ଉଚିତ ବୋଲି ଟ୍ରାଏଲ କୋର୍ଟକୁ ମଧ୍ୟ ନିର୍ଦ୍ଦେଶ ଦିଆଯିବା ଉଚିତ ବୋଲି କେନ୍ଦ୍ର କହିଛି ।
ଗତ ସପ୍ତାହରେ ମଣିପୁର ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ମହିଳାମାନଙ୍କୁ ହିଂସାର ଉପକରଣ ଭାବରେ ବ୍ୟବହାର କରିବା ଆଦୌ ବରଦାସ୍ତ କରାଯିବ ନାହିଁ । ଏହା ଅସାମ୍ବିଧାନିକ, ଲୋକତନ୍ତ୍ରରେ ଏହା ଆଦୌ ଗ୍ରହଣୀୟ ନୁହେଁ । ସିଜେଆ ଜଷ୍ଟିସ୍ ଜିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ତପୀଠ ମାମଲାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଏହା ସହ ଅପରାଧୀଙ୍କୁ ଧରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ କୋର୍ଟଙ୍କୁ ଅବଗତ କରାଯାଉ । ଭବିଷ୍ୟତରେ ଏପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ପ୍ରଧାନ ବିଚାରପତି କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ, ସରକାର ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ୍ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ମଣିପୁରରେ ପ୍ରାୟ ୮୬ ଦିନ ହେଲା ହିଂସା ଲାଗି ରହିଛି । କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଭାଇରାଲ ଭିଡିଓ ଘଟଣାରେ ବର୍ତ୍ତମାନ ୭ ଜଣଙ୍କୁ ଗିରଫ କରାଯାଇଛି । ମଣିପୁରରେ ଶାନ୍ତି ଫେରୁଛି ।












Click it and Unblock the Notifications