ମଣିପୁର ହିଂସା:ଆଉ ଜଣେ ଅଭିଯୁକ୍ତ ଗିରଫ, ୧୧ ଦିନିଆ ରିମାଣ୍ତରେ ଗଲେ ୪ ଅଭିଯୁକ୍ତ

ମଣିପୁର ହିଂସା: ମଣିପୁର ଭାଇରାଲ ଭିଡିଓ ଘଟଣା । ଆଉ ଜଣେ ଅଭିଯୁକ୍ତ ଗିରଫ ହେବା ସହ ୧୧ ଦିନିଆ ରିମାଣ୍ତରେ ଗଲେ ୪ ଅଭିଯୁକ୍ତ । ସେହିପରି ଆଉ ୭ ଅଭିଯୁକ୍ତଙ୍କ ପରିଚୟ ମିଳିଥିବା ନେଇ ସୂଚନା ରହିଛି । ମଣିପୁର ବିଚ୍ ରାସ୍ତାରେ ୨ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଘଟଣାର ଭିଡିଓ ଭାଇରାଲ ହେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି ।

manipur viral vide

ନେତା ମନ୍ତ୍ରୀ, ସେଲିବ୍ରିଟିଙ୍କଠୁ ଆରମ୍ଭ କରି ସାଧାରଣ ଲୋକ ଏହି ଘଟଣାର ନିନ୍ଦା କରିଛନ୍ତି । ଏହି ନାରକୀୟ କାଣ୍ତର ଚର୍ଚ୍ଚା ରାସ୍ତାରୁ ଆରମ୍ଭ କରି ସଂସଦରେ ପହଞ୍ଚିଛି । ବିରୋଧି ଲଗାତାର ସରକାରଙ୍କୁ ଏହି ଘଟଣାକୁ ସମାଲୋଚନା କରୁଛନ୍ତି ।

ଜଣେ ପୀଡିତାଙ୍କ ମାଆ ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏହା ସହ ନିଜ ସ୍ୱାମୀ ଓ ପୁଅର କିପରି ହତ୍ୟା କରାଯାଇଥିଲା ତାହା ମଧ୍ୟ ବର୍ଣ୍ଣନା କରିଥିଲେ ।

ସୂଚନା ଅନୁସାରେ, ମଣିପୁରରେ ମହିଳାଙ୍କ ଉଲଗ୍ନ ଭାବରେ ଭିଡିଓ ଭାଇରାଲ ହୋଇଥିବା ବେଳେ ପୀଡିତଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ପତ୍ନୀ । ବର୍ତ୍ତମାନ ଏହି ଦମ୍ପତି ଚୁରାଚାନ୍ଦପୁରର ଏକ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଉଛନ୍ତି । ୪ ମଇ ୨୦୨୩ ଘଟଣା ପରଠାରୁ ପୀଡିତା ଆତଙ୍କିତ ଅବସ୍ଥାରେ ଅଛନ୍ତି। ସ୍ୱାମୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଯେ ସେ ତାଙ୍କ ପତ୍ନୀଙ୍କ ସମ୍ମାନକୁ ବଞ୍ଚାଇ ପାରିଲେ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+