ମଣିପୁର ଇମ୍ଫାଲରେ ସାନି ହିଂସା:ଜଣେ ସୁରକ୍ଷାକର୍ମୀଙ୍କ ସମେତ ୫ ଜଣଙ୍କର ମୃତ୍ୟୁ

Manipur Violence: ମଣିପୁରରେ ହିଂସା ବନ୍ଦ ହେବାର ନାଁ ନେଉନାହିଁ । ପୁଣି ଏଠାରେ ହିଂସାରେ ଗଲଣି ଅନେକ ଜୀବନ । ଖବର ଅନୁସାରେ, ପୁନର୍ବାର ହିଂସାକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି ।

ଏହି ହିଂସାରେ ୧୨ ଜଣ ଆହତ ହୋଇଛନ୍ତି । ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ସାଧାରଣ ନାଗରିକଙ୍କ ଉପରେ ଗୁଳି ବିନିମୟ ହୋଇଛି । ମଣିପୁର ସରକାର ଦାବି କରିଛନ୍ତି ଯେ ଗତ ଚାରି ଦିନ ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ହୋଇଥିବା ଅପରେସନରେ ସୁରକ୍ଷା କର୍ମୀମାନେ ୪୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି ।

manipur

କିଛି ଦିନ ପୂର୍ବେ ଜାତିଗତ ହିଂସାରେ ୭୫ ଜଣଙ୍କର ଜୀବନ ଯାଇଛି । ଏବେ ପୁଣି କୁକି ଆତଙ୍କବାଦୀ ପୋଡ଼ାଜଳା କରିବାରୁ ସାନି ହିଂସା ଆରମ୍ଭ ହୋଇଯାଇଛି । ତେବେ ଏହା ଜାତିଗତ ହିଂସା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁକାବିଲା ହେଉଛି । ଏପର୍ଯ୍ୟନ୍ତ ୪୦ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ହିଂସା ପ୍ରଭାବିତ ମଣିପୁର ଗସ୍ତରେ ଯିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା । ହିଂସାକାଣ୍ତ ପରେ ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବର ଜିଲ୍ଲାମାନଙ୍କରେ କର୍ଫ୍ୟୁ ସମୟକୁ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ ସକାଳ ୫ ଟାରୁ ସଂଧ୍ୟା ୪ଟା ପର୍ଯ୍ୟନ୍ତ ଆରାମ ଦିଆଯାଇଥିଲା, କିନ୍ତୁ ବର୍ତ୍ତମାନ ସକାଳ ୧୧.୩୦କୁ ହ୍ରାସ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+