ମଣିପୁରରେ ପୁଣି ହିଂସା:୨ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ମଣିପୁରରେ ପୁ୍ଣି ହିଂସା:ମଣିପୁର ଭାଇରାଲ ଭିଡିଓ କହିଲେ ଦେଶର ପ୍ରତ୍ୟେକ ଲୋକ ଭିଡିଓକୁ ନେଇ ନିଜ ମତ ରଖିବା ସହ ନିନ୍ଦା କରୁଛନ୍ତି । ସତରେ ଏତେ ନୃଶଂସ ପରି କାମ କରି ପାରେ କି ମଣିଷ, ବୋଲି ପ୍ରଶ୍ନ ମନକୁ ଆସୁଛି । ହେଲେ ଏହା ସତ, ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମଣିପୁରରେ ଏହା ଗୋଟିଏ ନୁହେଁ ବରଂ ଏପରି ଅନେକ ଘଟଣା ବର୍ତ୍ତମାନ ପ୍ରତିଦିନ ଘଟୁଛି । କିଛି ଲୋକଲୋଚନକୁ ଆସୁଛି ତ ଆଉ କିଛି ଅନ୍ଧାର ରାତିରେ ଲୁଚି ରହିଯାଉଛି । ସତେ ଲାଗୁଛି ଯେପରି ଯାତି ଧର୍ମର ନିଆଁରେ ମନୁଷ୍ୟତାର ଜୁଇ ଜଳିଯାଇଛି ।

ଦୁଇ ଆଦିବାସୀ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଚଲାଇବା ଘଟଣା ଯେଉଁ ଦିନ ଘଟିଥିଲା ସମାନ ଦିନରେ ଆଉ ଦୁଇ ନିରିହ ଝିଅ ମଧ୍ୟ ନିର୍ଯ୍ୟାତନା, ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହୋଇଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣଙ୍କର ବୟସ ମାତ୍ର ୨୧ ବର୍ଷ ହୋଇଥିବା ବେଳେ ଆଉ ଜଣଙ୍କର ବୟସ ୨୪ ବର୍ଷ ।

Manipur Violence

ଇମ୍ଫାଲ ଇଷ୍ଟ ଜିଲ୍ଲାର କୋଉଙ୍ଗ ମାମଙ୍ଗ ଅଞ୍ଚଳରେ ଥିବା ଏକ କାର୍ ୱାଶ ସେଣ୍ଟରରେ କାମ କରୁଥିବା ଏହି ଯୁବତୀଙ୍କୁ ସଂଘବଦ୍ଧ ଭାବେ ଆସି କିଛି ମହିଳା ଓ ପୁରୁଷମାନେ ପ୍ରବଳ ମାଡ଼ ମାରିବା ସହ ଅନେକ ପ୍ରକାର ଅକଥନୀୟ ନିର୍ଯାତନା ଦେଇଥିଲେ । ଏପରିକି ଯୁବତୀଙ୍କୁ ଯୌନ ନିର୍ଯାତନା ମଧ୍ୟ ଦେଇଥିଲେ । ଏନେଇ ଦୁଇ ମହିଳାଙ୍କ ସହ କାମ କରୁଥିବା ଯୁବକ ସୂଚନା ଦେଇଛନ୍ତି ।

ଏପରିକି ଦୁଇ ଦଳିତ ମହିଳାଙ୍କ ଚୁଟି କାଟି ଦେବା ସହ ନିକଟସ୍ଥ ଏକ ସ-ମିଲ୍ ନିକଟରେ ଫୋପାଡି ଦେଇ ଚାଲିଯାଇଥିଲେ ଆକ୍ରମଣକାରୀ । ଏହି ମାମଲାକୁ ଇମ୍ଫାଲ ଇଷ୍ଟ ଜିଲ୍ଲାର ପୋଟୋମପାଟ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର ଯାଇଥିଲା । ହେଲେ ପୋଲିସକୁ ଦୁଇ ମହିଳାଙ୍କର ମୃତ ଦେହ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରି ନାହିଁ । ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+