ପୁଣି ଅଶାନ୍ତ ମଣିପୁର, ସଂଘର୍ଷରେ ୧୩ ମୃତ
Manipur Violence: ପୁଣି ଅଶାନ୍ତ ମଣିପୁର । ମଣିପୁରର ଟେଙ୍ଗନୋପାଲ ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଛି । ପରସ୍ପର ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ, ଏଥିରେ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ସୋମବାର ଅପରାହ୍ନରେ ଲିଥୁ ଗ୍ରାମରେ ଏହି ଘଟଣା ଘଟିଥିବା ନେଇ ଜଣେ ଅଧିକାରୀ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ମିଆଁମାର ଯାଉଥିବା ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା ଅନ୍ୟ ଏକ ଗୋଷ୍ଠୀ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ସୁରକ୍ଷା ବାହିନୀ ଏବଂ ଉକ୍ତ ସ୍ଥାନରୁ 13 ଟି ମୃତଦେହ ଉଦ୍ଧାର କରିଥିଲା, କିନ୍ତୁ ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ନାହିଁ । ହେଲେ ଅଧିକାରୀ କହିଛନ୍ତି ଯେ, ମୃତ ବ୍ୟକ୍ତି ମାନେ ସ୍ଥାନୀୟ ବାସିନ୍ଦା ନୁହଁନ୍ତି। ବର୍ତ୍ତମାନ ତଦନ୍ତ ଜାରି ରହିଛି ।

ଚଳିତ ବର୍ଷ ମେ ମାସରେ ରାଜ୍ୟରେ ହିଂସାକାଣ୍ଡ ପ୍ରଜ୍ୱଳିତ ହୋଇଥିଲା। ଏହା ପରେ ହଜାର ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡିଲା ଏବଂ ପ୍ରାୟ 175 ଲୋକ ପ୍ରାଣ ହରାଇଲେ। ଅଧିକାଂଶ କ୍ଷେତ୍ରରେ ଇଣ୍ଟରନେଟ୍ ବ୍ୟାନ୍ କରାଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ପ୍ରାୟ ୭ ମାସ ପରେ ଏଠାରେ ବ୍ୟାନ୍ ହଟାଯାଇଥିଲା ହେଲେ ପୁଣି ଏଠାରେ ହିଂସା ଯୋଗୁଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।












Click it and Unblock the Notifications