ସୁଧୁରୁଛି ମଣିପୁର ସ୍ଥିତି; ଲୋକେ ଫେରାଇଲେ ଲୁଟ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ

ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ଅପିଲ ପରେ ଲୁଟ ହୋଇଥିବା ପାଖାପାଖି ୩୦୦ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସୁରକ୍ଷା ବଳଙ୍କ ନିକଟରେ ସମର୍ପଣ କରାଯାଇଛି। ଲୋକେ ସମର୍ପଣ କରିଥିବା ଅସ୍ତ୍ରଶସ୍ତ୍ରରେ ଅତ୍ୟାଧୁନିକ ରାଇଫଲ, କାର୍ବାଇନ, ସେଲ୍ଫ ଲୋଡିଂ ରାଇଫଲ(ଏସଏଲଆର), ସିଙ୍ଗଲ ବ୍ୟାରଲ ରାଇଫଲ ଓ ମୋର୍ଟାର ରହିଛି। ଅଧିକାରୀଙ୍କ ଅନୁସାରେ ଆଗାମୀ ଦିନମାନଙ୍କରେ ଲୋକେ ଆହୁରି ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଫେରାଇ ପାରନ୍ତି ।

Manipur

ଏହି ସବୁ ଅସ୍ତ୍ରଶସ୍ତ୍ର ୨୦୨୩ ମସିହାରେ ମଣିପୁରରେ ଆରମ୍ଭ ହୋଇଥିବା ଦଙ୍ଗା ପରେ ସୁରକ୍ଷା କର୍ମୀ ଓ ଥାନାରୁ ଲୋକେ ଲୁଟି ନେଇଥିଲେ। ଦଙ୍ଗାକାଳରେ ଲୋକେ ବିଭିନ୍ନ ଥାନା ଓ ପୋଲି ଫାଣ୍ଡି ମାନଙ୍କରୁ ୬ହଜାର ଅସ୍ତ୍ରଶସ୍ତ୍ର ଓ ବିପୁଳ ଗୋଳାବାରୁଦ ଲୁଟି ନେଇଥିବାର ରେକର୍ଡ ରହିଛି। ଲୁଟ ଅସ୍ତ୍ରଶସ୍ତ୍ରରୁ ଅନେକ ଏପର୍ଯ୍ୟନ୍ତ ସୁରକ୍ଷା କର୍ମୀଙ୍କ ନିକଟକୁ ଫେରି ଆସିଲାଣି। ରାଜ୍ୟପାଳଙ୍କ ନିବେଦନ ପରେ ମଣିପୁର ପୋଲିସ, ସେନା, ଆସାମ ରାଇଫଲସ୍ ଓ ଅନ୍ୟ ସୁରକ୍ଷା ବଳଙ୍କୁ ବିଭିନ୍ନ ଜିଲ୍ଲାମାନଙ୍କରେ ଲୋକେ ଏହି ଅସ୍ତ୍ରଶସ୍ତ୍ର ଫେରାଉଛନ୍ତି।

କାଙ୍ଗପୋକପି, ଚୁରାଚାନ୍ଦପୁର, ପୂର୍ବ ଇମ୍ଫାଲ,ପଶ୍ଚିମ ଇମ୍ଫାଲ, କାକଚିଙ୍ଗ,ଥୌବଲ ଓ ବିଷ୍ଣୁପୁର ଆଦି ଜିଲ୍ଲାମାନଙ୍କରେ ଲୋକେ ଏହି ଅସ୍ତ୍ରଶସ୍ତ୍ର ଫେରାଇଛନ୍ତି। ମଣିପୁର ପୋଲିସ ମହାନିର୍ଦ୍ଦେଶକ ରାଜୀବ ସିଂହ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଲୋକେ ଫେରାଇବା ରାଜ୍ୟରେ ଶାନ୍ତି ସ୍ଥାପନାର ପ୍ରଥମ ପଦକ୍ଷେପ। ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ ଯଦି ସମାଜରେ ଅସ୍ତ୍ରଶସ୍ତ୍ରର ପ୍ରୟୋଗ କମିବ ତେବେ ପରିସ୍ଥିତି ସ୍ୱଭାବିକ ହେବାକୁ ବେଶି ସମୟ ଲାଗିବନି ଓ ଶାନ୍ତି ଫେରିଆସିବ।

ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି ଯେ ମଣିପୁର ପୋଲିସ ଓ କେନ୍ଦ୍ରୀୟ ବଳ ଏ ଦିଗରେ ଲଗାତାର କାମ କରୁଛନ୍ତି। ଏଥି ମଧ୍ୟରେ ସୁରକ୍ଷା ବଳ ଲୋକେ ନିର୍ମାଣ କରିଥିବା ଅବୈଧ ବଙ୍କରଗୁଡିକୁ ଭାଙ୍ଗି ଦେଇଛନ୍ତି। ବିଭିନ୍ନ ଉଗ୍ରବାଦୀ ସଙ୍ଗଠନ ଓ ଗ୍ରାମ ସ୍ୱୟଂସେବକମାନେ ଏହି ସବୁ ବଙ୍କର ତିଆରି କରିଥିଲେ। ଏହା ଛଡା ସୁରକ୍ଷା ବଳ ଅବୈଧ ଅଫିମ ଚାଷ ମଧ୍ୟ ଉଜାଡି ଦେଇଛନ୍ତି। ଏପରି ଗତିବିଦ୍ଧିରେ କିଛି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ ମଧ୍ୟ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+