ପୁଣି ମଣିପୁର ସ୍ଥିତି ବେହାଲ, ଶାହାଙ୍କୁ ଭେଟିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ହିଂସାର ମାହୋଲ । ରାଜ୍ୟର ସ୍ଥିତି ବାବାଦରେ ଅବଗତ କରାଇବାକୁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ ସିଂ । ମୈତେଇ ସମ୍ପ୍ରଦାୟ ନେତା ଆରମବାଇ ଟେନଗୋଲଙ୍କ ଗିରଫ ପରେ ଅଶାନ୍ତ ହୋଇପଡିଛି ରାଜ୍ୟ । ସ୍ଥିତିକୁ ଦେଖି ୫ ରାଜ୍ୟରେ କର୍ଫ୍ୟୁ ଲଗାଯିବା ସହ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଇମ୍ପାଲ ପଶ୍ଚିମ, ଇମ୍ପାଲ ପୂର୍ବ ,ଥୈବଲ ବିଷ୍ଣୁପରୁ, କକିଂ ଜିଲ୍ଲାକୁ କଡ଼ା ସୁରକ୍ଷା ଭିତରେ ରଖାଯାଇଛି । କିଛି ଉପଦ୍ରବୀ ଫର୍ଜି ଫଟୋ, ଭିଡିଓ ଓ ହ୍ୱାଟ୍ସ୍ଆପ୍ ମେସେଜ ଜରିଆରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ପାଇଁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ତେବେ ମୈତେଇ ନେତାଙ୍କ ଗିରଫଦାରୀକୁ ବିରୋଧ କରି ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିଛନ୍ତି ବିକ୍ଷୋଭକାରୀ । ତେବେ ଗତ ଶନିବାରରେ ହୋଇଥିବା ଆନ୍ଦୋଳନ ସୁଧିରିବାର ନାଁ ଧରୁନି ।

ରାଜ୍ୟର ପରିସ୍ଥିତି ପୁଣି ଉତ୍ତେଜନାପୂର୍ଣ୍ଣ ରହିଛି । ରାଜଭବନ ଆଡକୁ ଯାଉଥିବା ରାସ୍ତା ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । କେନ୍ଦ୍ରୀୟ ବଳର ଅତିରିକ୍ତ ଯବାନଙ୍କୁ ମଧ୍ୟ ମୁତୟନ କରାଯାଇଛି । ସେପଟେ ଅଶାନ୍ତ ପୂର୍ବତର ରାଜ୍ୟରେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇମ୍ପାଲ ପଶ୍ଚିମର ଜିଲ୍ଲାପାଳଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି କି, ଏହି ଅଞ୍ଚଳରେ ଅଶାନ୍ତି ଲାଗି ରହିଛି, ଅସାମାଜିକ ତତ୍ତ୍ବ, ଦଙ୍ଗା ସହ ଜନସାଧାରଣଙ୍କ ଜୀବନ ଉପରେ ବିପଦ ରହିଛି ବିକ୍ଷୋଭକାରୀମାନେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ କରିଛନ୍ତି । ଗୁଳି ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ଏପରିକି ବିକ୍ଷୋଭକାରୀମାନେ ବିମାନ ବନ୍ଦର ଗେଟ୍ ଘେରାଉ କରିଥିଲେ । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।












Click it and Unblock the Notifications