ପୋଲିଂ ବୁଥରେ ହେଲା ଫାଇରିଂ, ଦୌଡ଼ିଲେ ଭୋଟର
ନୂଆଦିଲ୍ଲୀ: ଜାତି ହିଂସା ଦ୍ୱାରା ପ୍ରଭାବିତ ମଣିପୁରରେ ଦୁଇଟି ଲୋକସଭା ଆସନ । ଆଜି ଏହି ଆସନରେ ମତଦାନ ଚାଲିଛି । ଏହି ସମୟରେ ରାଜ୍ୟରେ ହିଂସା ଖବର ମଧ୍ୟ ପ୍ରକାଶ ପାଇବାରେ ଲାଗିଛି । ମଣିପୁରର ଭିତର ମଣିପୁର ଲୋକସଭା ଆସନରେ ଗୁଳି ବିନିମୟ ହୋଇଥିଲା । ବିଷ୍ଣୁପୁର ଜିଲ୍ଲାର ଥାମାନପୋକପିରେ ଏକ ମତଦାନ କେନ୍ଦ୍ରରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଜଣ ଆହତ ହୋଇଛନ୍ତି ।
ଇମ୍ଫାଲ ପୂର୍ବର ଥୋଙ୍ଗଜୁରେ ଥିବା ଏକ ବୁଥରେ ଇଭିଏମ୍ ଭଙ୍ଗାରୁଜା ହେବାର ଖବର ମଧ୍ୟ ରହିଛି । ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୁଳି ବିନିମୟ ମଧ୍ୟରେ ଲୋକମାନେ ମତଦାନ ବୁଥରୁ ଦୌଡ଼ିକି ବାହାରକୁ ପଳାଉଛନ୍ତି । ଅନ୍ୟପଟେ ଭୋଟିଂ ମଧ୍ୟରେ ଛତିଶଗଡର ବସ୍ତରରେ ଆଇଇଡି ବିସ୍ଫୋରଣ ସୂଚନା ମିଳିଛି । ଏହି ଆଇଇଡି ବିସ୍ଫୋରଣରେ ସିଆରପିଏଫର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆହତ ହୋଇଛନ୍ତି । ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀରେ ଚାଲିଥିବା ହିଂସା ମଧ୍ୟରେ ବିଜାପୁରର ଭୌରମଗଡ ପୋଲିସ ଷ୍ଟେସନ ଅଞ୍ଚଳରେ ଆଇଇଡି ବିସ୍ଫୋରଣ ଘଟିଛି ।

ଏହି ବିସ୍ଫୋରଣରେ ସିଆରପିଏଫ ଯବାନ ମନୁ ଏଚସି ଆହତ ହୋଇଛନ୍ତି । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ବାମ ଗୋଡ ଏବଂ ବାମ ହାତରେ ଆଘାତ ଲାଗିଛି ।












Click it and Unblock the Notifications