ମଣିପୁର ଭୂସ୍ଖଳନ : ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି, ଏବେ ବି 28 ନିଖୋଜ

ମଣିପୁର ଭୂସ୍ଖଳନରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପ୍ରତିଦିନ ଉଦ୍ଧାର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମୃତଦେହ । ଆଜି ସୁଦ୍ଧା ମୋଟ 34 ମୃତଦେହ ଉଦ୍ଧାର ହୋଇସାରିଛି । ମୃତକଙ୍କ ମଧ୍ୟରେ କେବଳ 23 ଜଣ ଯବାନ ରହିଛନ୍ତି । ଏବେ ମଧ୍ୟ ଆଉ 28 ଜଣଙ୍କର ପତ୍ତା ମିଳ

ଇମ୍ଫାଲ: ମଣିପୁର ଭୂସ୍ଖଳନରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପ୍ରତିଦିନ ଉଦ୍ଧାର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମୃତଦେହ । ଆଜି ସୁଦ୍ଧା ମୋଟ 34 ମୃତଦେହ ଉଦ୍ଧାର ହୋଇସାରିଛି । ମୃତକଙ୍କ ମଧ୍ୟରେ କେବଳ 23 ଜଣ ଯବାନ ରହିଛନ୍ତି । ଏବେ ମଧ୍ୟ ଆଉ 28 ଜଣଙ୍କର ପତ୍ତା ମିଳୁନାହିଁ । ଏବେ ବି ସେନା ଓ ବିପର୍ଯ୍ୟୟ ପ୍ରଶମନ ବଳ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

landslide

ବୁଧବାର ବିଳମ୍ବିତ ରାତିରେ, ଟୁପୁଲ ୟାର୍ଡ ରେଲଓ୍ବେ ଷ୍ଟେସନ ସାଇଡରେ ଏହି ଭୟଙ୍କର ଭୂସ୍ଖଳନ ଘଟିଥିଲା । ନିକଟରେ ଥିବା ସେନା କ୍ୟାମ୍ପ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । କାର୍ଯ୍ୟରେ ନିୟୋଜିତ ଯବାନଙ୍କ ସମେତ ବହୁ ସାଧାରଣ ଲୋକେ ମାଟି ଅତଡାରେ ଚାପି ହୋଇଯାଇଥିଲେ । ସେନା ଓ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ନିଖୋଜ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ଓ ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏବେ ବି ସେନା, ଏନଡିଆରଆଫର ଟିମ ଅତ୍ୟାଧୁନିକ ସରଞ୍ଜାମ ସହ ଖୋଜା ଜାରି ରଖିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+