For Quick Alerts
Turn On Notification  
For Daily Alerts
Oneindia App Download

ମଣିପୁର ଭୂସ୍ଖଳନ : ମୃତ୍ୟୁ ସଂଖ୍ୟା 34କୁ ବୃଦ୍ଧି, ଏବେ ବି 28 ନିଖୋଜ

ମଣିପୁର ଭୂସ୍ଖଳନରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପ୍ରତିଦିନ ଉଦ୍ଧାର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମୃତଦେହ । ଆଜି ସୁଦ୍ଧା ମୋଟ 34 ମୃତଦେହ ଉଦ୍ଧାର ହୋଇସାରିଛି । ମୃତକଙ୍କ ମଧ୍ୟରେ କେବଳ 23 ଜଣ ଯବାନ ରହିଛନ୍ତି । ଏବେ ମଧ୍ୟ ଆଉ 28 ଜଣଙ୍କର ପତ୍ତା ମିଳ

|

ଇମ୍ଫାଲ: ମଣିପୁର ଭୂସ୍ଖଳନରେ ବଢିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ପ୍ରତିଦିନ ଉଦ୍ଧାର ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମୃତଦେହ । ଆଜି ସୁଦ୍ଧା ମୋଟ 34 ମୃତଦେହ ଉଦ୍ଧାର ହୋଇସାରିଛି । ମୃତକଙ୍କ ମଧ୍ୟରେ କେବଳ 23 ଜଣ ଯବାନ ରହିଛନ୍ତି । ଏବେ ମଧ୍ୟ ଆଉ 28 ଜଣଙ୍କର ପତ୍ତା ମିଳୁନାହିଁ । ଏବେ ବି ସେନା ଓ ବିପର୍ଯ୍ୟୟ ପ୍ରଶମନ ବଳ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

landslide

ବୁଧବାର ବିଳମ୍ବିତ ରାତିରେ, ଟୁପୁଲ ୟାର୍ଡ ରେଲଓ୍ବେ ଷ୍ଟେସନ ସାଇଡରେ ଏହି ଭୟଙ୍କର ଭୂସ୍ଖଳନ ଘଟିଥିଲା । ନିକଟରେ ଥିବା ସେନା କ୍ୟାମ୍ପ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । କାର୍ଯ୍ୟରେ ନିୟୋଜିତ ଯବାନଙ୍କ ସମେତ ବହୁ ସାଧାରଣ ଲୋକେ ମାଟି ଅତଡାରେ ଚାପି ହୋଇଯାଇଥିଲେ । ସେନା ଓ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ନିଖୋଜ ସଂଖ୍ୟା ଅଧିକ ଥିବାରୁ ମୃତ୍ୟୁ ସଂଖ୍ୟା ମଧ୍ୟ କ୍ରମଶଃ ବଢିବାରେ ଲାଗିଛି ।

ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ଓ ଆହତଙ୍କ ପାଇଁ 50 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ଏବେ ବି ସେନା, ଏନଡିଆରଆଫର ଟିମ ଅତ୍ୟାଧୁନିକ ସରଞ୍ଜାମ ସହ ଖୋଜା ଜାରି ରଖିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Thirty-four people are still missing after a massive landslide hit the Tupul yard railway construction camp on the night of June 29.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X