ମଣିପୁରରେ ୩ ମାସ ହେଲା ନିଖୋଜ ଥିବା ୨ ଛାତ୍ରଙ୍କ ହତ୍ୟା, ଭାଇରାଲ ହେଲା ଫଟୋ
Manipur Horror News 2 Student Killed: ମଣିପୁରରେ ଜୁଲାଇରୁ ନିଖୋଜ ଥିବା ଦୁଇ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି । ଉଭୟ ଛାତ୍ରଙ୍କ ମୃତଦେହର ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋରେ ଉଭୟ ଛାତ୍ରଙ୍କ ମୃତଦେହ ତଳେ ପଡ଼ିଥିବାର ଦେଖିବା ପାଇଁ ମିଳୁଛି । ହେଲେ ଏପର୍ଯ୍ୟନ୍ତ ଉଭୟ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ।

ସୋସିଆଲ ମିଡିଆରେ ଦୁଇ ଛାତ୍ରଙ୍କ ମୃତଦେହର ଫଟୋ ପ୍ରକାଶ ପାଇବା ପରେ ମଣିପୁର ସରକାର କହିଛନ୍ତି ଯେ, ଏହି ପ୍ରସଙ୍ଗରେ ପଦକ୍ଷେପ ନିଆଯାଉଛି । ସରକାର କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ ଅର୍ଥାତ୍ ସିବିଆଇ ଏହି ଘଟଣାର ତଦନ୍ତ କରୁଛି । ବର୍ତ୍ତମାନ ଦୁଇ ଛାତ୍ରଙ୍କ ମୃତଦେହ ମିଳିପାରି ନାହିଁ।
ଏହି ଫଟୋରେ ମୈତେଇ ସମ୍ପ୍ରଦାୟର ଦୁଇଜଣ ଛାତ୍ର ଜଣେ ୧୭ ବର୍ଷିୟ ହିଜାମ ଏବଂ ଆଉ ଜଣେ ୨୦ ବର୍ଷିୟ ଫିଜାମ୍ ଏକ ସଶସ୍ତ୍ର ବାହିନି ସହ ଏକ ଜଙ୍ଗଲ ଶିବିରରେ ଘାସରେ ବସିଥିବାର ଦେଖିବା ପାଇଁ ମିଳୁଛି । ଏନଡିଟିଭି ରିପୋର୍ଟ ଅନୁସାରେ, ମଣିପୁର ସରକାର କହିଛନ୍ତି ଯେ ହତ୍ୟାକାରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଦୁଇ ଛାତ୍ର ହିଜାମ ଏବଂ ଫିଜାମ ହେମଜିତଙ୍କୁ ଜୁଲାଇରେ ଶେଷ ଥର ପାଇଁ ଏକ ଦୋକାନର ସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା। ସେବେଠାରୁ ତାଙ୍କର କୌଣସି ପତ୍ତା ମିଳିପାରି ନଥିଲା। ଏବେ ହଠାତ୍ ତାଙ୍କ ମୃତ ଦେହର ଫଟୋ ସାମ୍ନାକୁ ଆସିଛି। ଯାହା ପରେ ମଣିପୁରରେର ପୁଣି ଭୟର ବାତାବରଣ ।
ପ୍ରଥମ ଫଟୋରେ ହିଜାମ ଏବଂ ଫିଜାମ ହେମଜିତ ବସିଥିବାର ନଜର ଆସିଛନ୍ତି। ଏହି ଫଟୋରେ ହିଜାମ ଧଳା ଟି-ସାର୍ଟ ପିନ୍ଧିଥିବା ବେଳେ ଏବଂ ହେମଜିତ ଚେକ୍ ସାର୍ଟ ପିନ୍ଧିଥିବାର ଦେଖିବା ପାଇଁ ମିଳୁଥିବାରୁ ବନ୍ଧୁକଧାରୀ ଦୁଇଜଣ ବ୍ୟକ୍ତି ସେମାନଙ୍କ ପଛରେ ଠିଆ ହୋଇଥିବାର ଦେଖିବାକୁ ମିଳିଛି।
ସେହିପରି ଦ୍ୱିତୀୟ ଫଟୋରେ ବୁଦା ମଧ୍ୟରେ ଦୁଇଜଣ ଛାତ୍ର ହିଜାମ ଏବଂ ଫିଜାମ ହେମଜିତଙ୍କ ମୃତଦେହ ତଳେ ପଡିଥିବାକ ଦେଖିବା ପାଇଁ ମିଳୁଛି । ତେବେ ମଣିପୁରର କେଉଁ ଅଞ୍ଚଳରେ ଏପରି ଘଟଣା ଘଟିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ସରକରା ତଥ୍ୟ ଖୋଜିବା ଆରମ୍ଭ କରି ଦେଇଛି ସ୍ଥାନୀୟ ପୋସିଲ ଉଭୟଙ୍କ ମୃତ ଦେବ ଖୋଜିବା ସହ ଯାଞ୍ଚ ପ୍ରକ୍ରୟା ଆରମ୍ଭ କରିଦେଇଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହି ଘଟଣା ପ୍ରକାଶ ପାଇବା ପରେ ସାରା ଦେଶରେ ପୁଣି ଅସନ୍ତୋଷର ମାହୋଲ ଦେଖିବା ପାଇଁ ମିଳୁଛି । ପୋଲିସ ଏହି ମାମଲାର ସମାଧାନ ପାଇଁ କାହିଁକି ଏତେ ସମୟ ନେଉଛି ବୋଲି ଅନେକ ଲୋକ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି । ଜୁଲାଇ ମାସରେ ଉଭୟ ଛାତ୍ରଙ୍କୁ ଏକ ଦୋକାନ ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହା ପରେ ସେମାନେ କେଉଁ ଆଡେ ଗଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।












Click it and Unblock the Notifications