ମଣିପୁରରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ନେତା
ମଣିପୁରରେ ସରକାର ଗଠନ ପାଇଁ ହଲଚଲ୍ ତୀବ୍ର ହେବାରେ ଲାଗିଲାଣି । ଆଜି (ବୁଧବାର) ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟିବା ପରେ ଭାରତୀୟ ଜନତା ପାର୍ଟି ନେତା ରାଧେଶ୍ୟାମ ସିଂହ ସରକାର ଗଠନ ପାଇଁ ଦାବି କରିଛନ୍ତି । ବିଜେପି ନେତା ଅନ୍ୟ ନଅ ଜଣ ବିଧାୟକଙ୍କ ସହିତ ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।
ରାଧେଶ୍ୟାମ ସିଂହ କହିଛନ୍ତି, '୪୪ ବିଧାୟକ ଜନତାଙ୍କ ଇଚ୍ଛା ଅନୁସାରେ ସରକାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆମେ ରାଜ୍ୟପାଳଙ୍କୁ ଏହା ଜଣାଇ ଦେଇଛୁ । ଏହି ପ୍ରସଙ୍ଗର କ'ଣ ସମାଧାନ ହୋଇପାରିବ, ତାହା ଉପରେ ବି ଆଲୋଚନା କରିଛୁ । ରାଜ୍ୟପାଳ ବି ଆମ କଥାକୁ ଗୁରୁତ୍ୱ ଦେଇଛନ୍ତି ଓ ଲୋକଙ୍କ ସର୍ବୋତ୍ତମ ହିତରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।'

ସରକାର ଗଠନ ପାଇଁ ଦାବି କରିବେ କି ପ୍ରଶ୍ନର ଜବାବରେ ସେ କହିଛନ୍ତି, 'ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହାର ନିଷ୍ପତ୍ତି ନେବ ।' ବିଧାୟକ କହିଛନ୍ତି, 'ଆମେ ପ୍ରସ୍ତୁତ ଅଛୁ କହିବା, ସରକାର ଗଠନ ଦାବି ଉପସ୍ଥାପନା ପରି ଅଟେ । ବିଧାନସଭା ଅଧ୍ୟକ୍ଷ ସତ୍ୟବ୍ରତ ୪୪ ବିଧାୟକଙ୍କ ସହ ବ୍ୟକ୍ତିଗତ ଓ ସଂଯୁକ୍ତ ଭାବେ ବୈଠକ କରିଛନ୍ତି ।
କେହି ବି ନୂଆ ସରକାର ଗଠନର ବିରୋଧ କରିନାହାନ୍ତି ।' ସେ ଆହୁରି କହିଛନ୍ତି, 'ଲୋକେ ଅଧିକ ଅସୁବିଧାର ସାମନା କରୁଛନ୍ତି । ପୂର୍ବ କାର୍ଯ୍ୟକାଳରେ କରୋନା ଯୋଗୁଁ ଦୁଇ ବର୍ଷ ବର୍ବାଦ ହୋଇଥିଲା ଓ ଏହି କାର୍ଯ୍ୟକାଳରେ ସଂଘର୍ଷ କାରଣରୁ ଆଉ ଦୁଇ ବର୍ଷ ନଷ୍ଟ ହୋଇଛି ।' ବିଜେପ ନେତା ଏନ୍ ବିରେନ ସିଂହଙ୍କ ଇସ୍ତାଫ ପରେ ଫେବ୍ରୁଆରୀରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି ।












Click it and Unblock the Notifications