ମଣିପୁର ସରକାର ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ଦେଲେ ଅନୁମତି
ନୂଆଦିଲ୍ଲୀ: ବୁଧବାର (ଜାନୁଆରୀ ୧୦) ମଣିପୁର ସରକାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅନୁମତି ଦେଇଛନ୍ତି । ମଣିପର ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଯାତ୍ରା କରିବାକୁ ଅନୁମତି ଦିଆଯାଇଛି । ଏହାପୂର୍ବରୁ କଂଗ୍ରେସ ଦାବି କରିଥିଲା ଯେ, ମଣିପୁର ସରକାର ଇମ୍ଫାଲର ପ୍ୟାଲେସ ଗ୍ରାଉଣ୍ଡରୁ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଆରମ୍ଭ କରିବାକୁ ଅନୁମତି ଦେଇନଥିଲେ ।
ଦଳର ସଂଗଠନ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ଯାତ୍ରା ଆରମ୍ଭ କରିବା ପାଇଁ ଇମ୍ଫାଲରେ କଂଗ୍ରେସ ଅନ୍ୟ ଏକ ସ୍ଥାନ ବାଛିବ ।
କଂଗ୍ରେସ କହିଛି ଯେ, ଏହା ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ନ୍ୟାୟ ଉପରେ ଧ୍ୟାନ କେନ୍ଦ୍ରିତ କରିବ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ବୁଧବାର ଦିନ କେନ୍ଦ୍ର ସରାକାରଙ୍କ ଉପରେ ଅଭିଯୋଗ କରି କହିଛନ୍ତି ଯେ କେନ୍ଦ୍ର ସରକାର ଆଲୋଚନା ପାଇଁ ସଂସଦର ଦ୍ୱାର ବନ୍ଦ କରିଛନ୍ତି, ତେଣୁ ଲୋକଙ୍କ ସ୍ୱର ଉତ୍ତୋଳନ ପାଇଁ ଯାତ୍ରା ଆୟୋଜନ କରିବାକୁ ପଡୁଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଜାନୁଆରୀ ୧୪ରୁ ମଣିପୁରରୁ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୬,୭୦୦ କିଲୋମିଟର ଦୂରତା ଅତିକ୍ରମ କରି ଏହି ଯାତ୍ରା ୧୫ଟି ରାଜ୍ୟ ଦେଇ ମୁମ୍ବାଇରେ ଶେଷ ହେବ । ଏହି ରାଜ୍ୟଗୁଡ଼ିକ ହେଉଛି ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡିଶା, ଛତିଶଗଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ର ।
ଋାହୁଲଙ୍କ ଏହି ଯାତ୍ରା ପୂର୍ବରୁ ସେ କନ୍ୟାକୁମାରୀରୁ କାଶ୍ମୀରକୁ ଭାରତ ଯୋଡା ଯାତ୍ରା କରିଥିଲେ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭରତ ଯୋଡୋ ନ୍ୟାୟ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।












Click it and Unblock the Notifications