ପୁଣି ଅଶାନ୍ତ ମଣିପୁର:ବିଜେପି ଅଫିସ୍ ପୋଡିଲେ ଲୋକେ
Manipur Violence: ମଣିପୁରରେ ଦୁଇ ଛାତ୍ରଙ୍କ ହତ୍ୟା ପରେ ପୁଣି ବିଗିଡିବାରେ ଲାଗିଛି ରାଜ୍ୟର ସ୍ଥିତି । ବୁଧବାର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏଥିରେ କ୍ରୋଧିତ ଜନତା ବିଜେପିର ବିଭାଗୀୟ କାର୍ଯ୍ୟାଳୟକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବ ପାଇଁ ପଡିଥିଲା ।
ସୂଚନାନୁସାରେ, ଛାତ୍ରଙ୍କ ହତ୍ୟାକୁ ନେଇ ଥୋବାଲ ଜିଲ୍ଲାରେ ବିରୋଝ ପ୍ରଦର୍ଶନ କରାଯାଇଥିଲା । ଏହି ସମୟରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବିଜେପି ଅଫିସର ଗେଟକୁ ନଷ୍ଟ କରି ଭାଙ୍ଗିବା ସହ ସେଠାରେ ନିଆଁ ଲଗାଇଦେଇଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ କରିବା ପାଇଁ ଚେଷ୍ଠା କରିଥିଲେ । ଏହି ଘଟଣାରେ କୌଣସି କ୍ଷୟକ୍ଷତିର ଖବର ପ୍ରକାଶ ପାଇ ନାହିଁ । ପୋଲିସର ସୂଚନାନୁସାରେ, ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସେମାନଙ୍କୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ । ସେହି ଏରିଆରେ ଗୁଳି ବିନିମୟ ମଧ୍ୟ ହୋଇଥିବା ନେଇ ସୂଚନା ରହିଛି ।
ତେବେ ବିଜେପି କାର୍ଯ୍ୟାଳୟକୁ ଟାର୍ଗେଟ କରିବା ଏହା ପ୍ରଥମ ଘଟଣା ନୁହେଁ। ଜୁନ୍ ମାସରେ ଯେତେବେଳେ ରାଜ୍ୟରେ ଅବସ୍ଥା ବିଗିଡି ଯାଇଥିଲା ସେତେବେଳେ ମଧ୍ୟ ତିନିଟି ବିଜେପି କାର୍ଯ୍ୟାଳୟ ଭଙ୍ଗାରୁଜା କରାଯାଇଥିଲା।
ଜୁଲାଇ 6ରେ ଦୁଇଜଣ ମେତୈଇ ଛାତ୍ର ନିଖୋଜ ହୋଇଯାଇଥିଲେ। ନିକଟରେ ଯେତେବେଳେ ସରକାର ଇଣ୍ଟରନେଟରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଲେ, ସେତେବେଳେ ଅନେକ ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥିଲା । ଯାହା ପରେ ସ୍ପଷ୍ଟ ହୋଇଥିଲା ଯେ ନିଖୋଜ ଥିବା ଦୁଇ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଯାହା ପରେ ପୁଣି ରାଜ୍ୟରେ ଅସାନ୍ତ ମାହୋଲ ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି ଏହା ବ୍ୟତୀତ ବିଦ୍ୟାଳୟରେ ଛୁଟି ମଧ୍ୟ ଘୋଷଣା କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ 45ରୁ ଅଧିକ ଛାତ୍ର ଆହତ ହୋଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications