ମଣିପୁର ମୁଖ୍ୟମନ୍ତ୍ରୀ କରୋନା ପଜେଟିଭ୍
ମଣିପୁର ମୁଖ୍ୟମନ୍ତ୍ରୀ କରୋନା ପଜେଟିଭ୍

ମଣିପୁର : ମଣିପୁରର ମୁଖ୍ୟମନ୍ତ୍ରୀ ଏନ.ବିରେନ୍ ସିଂ କରୋନା ଆକ୍ରାନ୍ତ । ତାଙ୍କ ସ୍ୱାବ ରିପୋର୍ଟ ପଜେଟିଭ୍ ଆସିଛି । ଏନେଇ ସେ ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିସହ ବିଗତ ଦିନମାନଙ୍କରେ ତାଙ୍କ ସଂପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସଙ୍ଗରୋଧରେ ରହିବାକୁ କହିଛନ୍ତି । ତାଙ୍କ ଟୁଇଟରେ ବିରେନ୍ ସିଂ ଲେଖିଛନ୍ତି, "ମୋର କୋଭିଡ୍-19 ରିପୋର୍ଟ ପଜେଟିଭ୍ ଆସିଛି । ଯେଉଁମାନେ ନିକଟ ଅତିତରେ ତାଙ୍କ ସଂପର୍ଶରେ ଆସିଛନ୍ତି ସେମାନେ ନିଜକୁ ସଙ୍ଗରୋଧରେ ରଖିବା ସହ ପରୀକ୍ଷା କରେଇ ନିଅନ୍ତୁ ।" ମୁଖ୍ୟମନ୍ତ୍ରୀ ଟୁଇଟ୍ କରିବା କ୍ଷଣି ଫଗନ ସିଂହ କୁଲସ୍ତେ, ପ୍ରହଲ୍ଲାଦ ଯୋଶୀଙ୍କ ସମେତ ଅନେକ ନେତା ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
I have tested positive for COVID-19. I request all those who came in close contact with me recently, to self isolate and get tested.
— N.Biren Singh (@NBirenSingh) November 15, 2020












Click it and Unblock the Notifications