Get Updates
Get notified of breaking news, exclusive insights, and must-see stories!

ଓଲଟିଲା ସେନା ଗାଡି, ୩ ଯବାନ ସହୀଦ

ମଣିପୁରରେ ହୋଇଥିବା ଏକ ସଡକ ଦୁର୍ଘଟଣାରେ ସୀମା ସୁରକ୍ଷା ବଳ(BSF)ର ତିନି ଜଣ ଯହାନ ସହୀଦ ହୋଇଥିବା ଜଣାପଡିଛି। ମଙ୍ଗଳବାର ହୋଇଥିବା ଏହି ଦୁର୍ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଯବାନମାନଙ୍କୁ ନେଇ ଯାଉଥିବା ସେନା ଗାଡିଟି ରାସ୍ତାରେ ଯାଉଥିବା ସମୟରେ ହାଠାତ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି। ଏହି ଦୁର୍ଘଟଣା ମଣିପୁରର ସେନାପତି ଜିଲ୍ଲାରେ ଘଟିଥିବା ଜଣାପଡିଛି। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କ ଶହୀଦ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ନେଇ ସୂଚନା ମିଳିଛି ।

ଦୁର୍ଘଟଣାପରେ ଘଟଣାସ୍ଥଳରେ ଦୁଇଜଣ ଯବାନଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ଗାଡିରେ ଥିବା ଅନ୍ୟ ୧୪ ଜଣଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଡାକ୍ତରଖାନାରେ ଜଣେ ଗୁରୁତର ହୋଇପଡିଥିବା ଯବାନଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ସମସ୍ତ ମୃତ ଯବାନ ମାନଙ୍କ ମୃତଦେହକୁ ସେନାପତି ଜିଲ୍ଲା ଡାକ୍ତରଖାନାରେ ସଂରକ୍ଷିତ କରି ରକାଯାଇଛି ବୋଲି ଖବର ସରବରାହ ସଂସ୍ଥା ପିଟିଆଇ ଖବର ପ୍ରକାଶ କରିଛି ।

Manipur BSF truck plunges into gorge

ଏହି ଦୁର୍ଘଟଣା ଘଟିବା ପରେ ମଣିପୁର ସରକାର ଏନେଇ ଦୁଃଖ ପ୍ରକାଶ କରିଛନ୍ତି। ମଣିପୁର ରାଜ୍ୟପାଳ ଶ୍ରୀ ଅଜୟ କୁମାର ଭଲ୍ଲା ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି ଯେ "ମୁଁ ସେନାପତି ଜିଲ୍ଲାର ଚାଙ୍ଗୌବୁଙ୍ଗ ଗାଁରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ତିନି ଜଣ ବିଏସଏଫ କର୍ମଚାରୀ ସହିଦ ହୋଇଛନ୍ତି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+