ଆଜି ମଣିପୁର ଯିବ ବିରୋଧି ମେଣ୍ଟ 'ଇଣ୍ତିଆ'ର ପ୍ରତିନିଧି ମଣ୍ତଳୀ: ସ୍ଥିତି ଅନୁଧ୍ୟାନ କରିବେ ୨୦ ସାଂସଦ

Manipur Riots: ମଣିପୁର ହିଂସା-ଅଶାନ୍ତି ଲାଗିରହିଥିବା ବେଳେ ଆଜି ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରୋଧି ମେଣ୍ଟ 'ଇଣ୍ତିଆ'ର ପ୍ରତିନିଧି ମଣ୍ତଳୀ ମଣିପୁର ଗସ୍ତରେ ଯିବ । ପ୍ରାୟ ୨୦ ଜଣ ସାଂସଦ ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ । ଏହି ପ୍ରିତିନିଧି ଦଳ ମଣିପୁର ରାଜ୍ୟପାଳଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ବିରୋଧିଙ୍କର ଏହି ଟିମ୍ ସ୍ଥିତି ଅନୁଧ୍ୟାନ କରିବା ପରେ କେନ୍ଦ୍ରକୁ ପରାମର୍ଶ ଦେବ ବୋଲି କୁହାଯାଉଛି । ସେପଟେ ବିରୋଧିଙ୍କ ଏହି ଗସ୍ତକୁ କଡ଼ା ସମାଲୋଚନା କରି ବିଜେପି ସାଂସଦ ରବି କିଶନ କହିଛନ୍ତି, ବିରୋଧିଙ୍କ ଟିମ୍ ମଣିପୁର ବଦଳରେ ପାକିସ୍ତାନ କିମ୍ବା ଚୀନ ଯିବା କଥା ।

manipur

ସୂଚନାଥାଉ ଯେ, ଚଳିତ ବର୍ଷ ମେ'ମାସରୁ ମଣିପୁରରେ ହିଂସା ଜାରି ରହିଛି । ଦୁଇ ସମୁଦାୟ ମଧ୍ୟରେ ଚାଲିଥିବା ସଂଘର୍ଷରେ ଏପର୍ଯ୍ୟନ୍ତ ଦେଢ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ୧୦୦ରୁ ଅଧିକ ଲୋକ ଘର ଛାଡି ସାରିଲେଣି । ଜୁଲାଇ ୧୯ରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇବା ପରି ଲଜ୍ୱାଜନକ ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା ।

ଏହି ପ୍ରସଙ୍ଗକୁ ନେଇ ସଂସଦରେ ହୋହଲ୍ଲା ଚାଲିଛି । ଉଭୟ ଲୋକସଭା ଏବଂ ରାଜ୍ୟ ସଭାରେ ୭ ଦିନ ହେବ ହଟ୍ଟଗୋଳ ଜାରି ରହିଛି । ବିରୋଧି ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି । ମଣିପୁରରେ ମହିଳାଙ୍କ ପ୍ରତି ହୋଇଥିବା ବର୍ବର କାଣ୍ତ ପରେ ସାରା ଦେଶରେ ଦେଖାଦେଇଛି ଅସନ୍ତୋଷ । ସଂସଦରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଏହି ଘଟଣାର ନିନ୍ଦା କରାଯାଉଛି । ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯିବା ପରେ ୧୦ ଜଣ ଗିରଫ ହୋଇ ସାରିଥିବା ବେଳେ ୬ଟି ନୂଆ ମାମଲା ରୁଜୁ କରାଯାଇଛି ।

ସୂଚନାଥାଉ ଯେ, ମେ'ମାସରୁ ଆରମ୍ଭ ହୋଇଥିବା ଏହି ହିଂସାକାଣ୍ତକୁ ଏହାରି ମଧ୍ୟରେ ତିନି ମାସ ହୋଇଗଲାଣି । ମହିଳାଙ୍କୁ ନିବସ୍ତ୍ର କରି ରାଜରାସ୍ତାରେ ଚଲାଇବା ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା । ଗୁରୁବାର ଦିନ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+