ଇସ୍କନ ଦେଶର ସବୁଠୁ ବଡ଼ ଠକ ସଂସ୍ଥା, ଏହି ସଂସ୍ଥା ସର୍ବାଧିକ ଗାଈ କଂସେଇକୁ ବିକ୍ରି କରୁଛି
Maneka Gandhi iskcon: 'ଇସ୍କନ' ସଂସ୍ଥା ନାଁରେ ଅଭିଯୋଗ ଆଣିଲେ ବିଜେପି ସାଂସଦ ମେନକା ଗାନ୍ଧି । ମନେକା ଗାନ୍ଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କହିଛନ୍ତି ଯେ, ISKCON ନିଜ ଗୋଶାଳାରୁ ସର୍ବାଧିକ ଗାଈମାନଙ୍କୁ କଂସେଇକୁ ବିକ୍ରି କରୁଛି । ହେଲେ ବିଜେପି ସାଂସଦଙ୍କ ଅଭିଯୋଗକୁ ଅର୍ଥହୀନ ବୋଲି କହିଛି ଇସ୍କନ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମେନକା ଗାନ୍ଧି ପଶୁ ଅଧିକାର ପାଇଁ କାର୍ଯ୍ୟ କରନ୍ତି । ଭାଇରାଲ ହେଉଥିବା ଏକ ଭିଡିଓରେ ସେ କହୁଛନ୍ତି କି, 'ମୁଁ ନିକଟରେ ଆନ୍ଧ୍ରପ୍ରଦେଶ ସ୍ଥିତ ଇସ୍କନର ଅନନ୍ତପୁର ଗୋଶାଳାକୁ ଯାଇଥିଲି ସେଠାରେ ମୋତେ ଗୋଟେ ବି ଗାଈ ଠିକ୍ ସ୍ଥିତିରେ ରହିଥିବାର ଦେଖିବା ପାଇଁ ମିଳିଲା ନାହିଁ । ସେଠାରେ ଗୋଟିଏ ବାଛୁରୀ ମୋତେ ଦେଖିବା ପାଇଁ ମିଳିଲା ନାହିଁ । ଏହାର ଅର୍ଥ ସେ ସବୁ ବିକ୍ରି କରି ସାରିଥିଲେ ।

ସେ ଆହୁରି କହିଛନ୍ତି, ଇସ୍କନ ହେଉଛି ଦେଶର ଏକ ବଡ଼ ସଂସ୍ଥା ଯିଏ ଗୋଆଶ୍ରସ୍ଥଳୀ ରକ୍ଷଣାବେକ୍ଷଣ ନାଁରେ ସରକାରଙ୍କ ଠାରୁ ବିପୁଣ ଜମି ସହ ଅନେକ ଲାଭ ପାଇଥାଏ ହେଲେ ଏ ଗୋଶାଳାରୁ ଗାଈ ମାନଙ୍କୁ ନିଆଯାଇ ବିକ୍ରି କରାଯାଉଛି ।
ଏଥି ସହିତ ମେନକା ଗାନ୍ଧୀଙ୍କ ଏହି ବିବୃତ୍ତି ଉପରେ 'ISKCON'ର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସଂସ୍ଥା ତରଫରୁ କୁହାଯାଇଛି ଯେ, ଇସ୍କନ ଦିକ୍ଷୀତାମାନେ ଯେତିକି ଗୋ ସେବା କରିଥାନ୍ତି ଅନ୍ୟ କେହି ସେତିକି କରନ୍ତି ନାହିଁ । ଯାହା ଉପରେ ପୁଣି ପ୍ରତିଉତ୍ତର ରଖିଛନ୍ତି ମେନକା ଗାନ୍ଧି । ସେ ସଂସ୍ଥାକୁ କଟାକ୍ଷ କରି କହିଛନ୍ତି, ଏମାନେ ରାସ୍ତାରେ ବୁଲି କୃଷ୍ଣ ନାମ ଜପ କରନ୍ତି । ଏହା ସହ ଇସ୍କନ ଦିକ୍ଷୀତମାନେ ଦାବି କରିଥାଆନ୍ତି ଯେ, ତାଙ୍କ ଜୀବନ କ୍ଷୀର ଉପରେ ନିର୍ଭରଶୀଳ ହେଲେ ଏହି ସଂସ୍ଥା ତରଫରୁ ସର୍ବାଧିକ ଗାଈ କଂସେଇକୁ ବିକ୍ରି କରାଯାଉଛି ।
ହେଲେ ମେନକାଙ୍କ ଅଭିଯୋଗକୁ ଖଣ୍ତନ କରିଛନ୍ତି ଇସ୍କନର ରାଷ୍ଚ୍ରୀୟ ମୁଖପାତ୍ର ଯୁଧିଷ୍ଟିର ଗୋବିନ୍ଦ ଦାସ । ସେ ମେନକାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications