ପଶ୍ଚିମବଙ୍ଗ ଯିବାକୁ ହେଲେ ଆବଶ୍ୟକ RT PCR ନେଗେଟିଭ୍ ରିପୋର୍ଟ
ଆସନ୍ତକାଲିଠୁ ଦିଦିଙ୍କ ଗଡରେ ପ୍ରବେଶ କରିବାକୁ ହେଲେ ଆବଶ୍ୟକ RT PCR ନେଗେଟିଭ୍ ରିପୋର୍ଟ । ତାହା ପୁଣି 72 ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ । ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପତ ନେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମମତା ବାନାର୍ଜୀ ।
କୋଲକତା: ଆସନ୍ତକାଲିଠୁ ଦିଦିଙ୍କ ଗଡରେ ପ୍ରବେଶ କରିବାକୁ ହେଲେ ଆବଶ୍ୟକ RT-PCR ନେଗେଟିଭ୍ ରିପୋର୍ଟ । ତାହା ପୁଣି 72 ଘଣ୍ଟା ମଧ୍ୟରେ ହୋଇଥିବା ଆବଶ୍ୟକ । ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପତ ନେବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ମମତା ବାନାର୍ଜୀ ।

ଆସନ୍ତା 7 ତାରିଖରୁ ବିମାନ କିମ୍ବା ଟ୍ରେନ ଯୋଗେ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ସମସ୍ୟ ବ୍ୟକ୍ତି ବିଶେଷଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ । ରାଜ୍ୟର ବେସାମରିକ ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖି ବଙ୍ଗଳା ଗୃହ ସଚିବ ଏଚ୍.କେ ଦ୍ୱିବେଦୀ କହିଛନ୍ତି, ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ 7 ମେ ଠାରୁ ପଶ୍ଚିମବଙ୍ଗକୁ ରାଜ୍ୟ ବାହାରେ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ RT-PCR ନେଗଟିଭ ରିପୋର୍ଟ ।
ତେବେ ପଶ୍ଚିମବଙ୍ଗ ସରକାରଙ୍କ ଏ ନିଷ୍ପତ୍ତି ସଂପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ଜଣାଇ ଦିଆଯାଇଛି। ପୁରୀ, ଭୁବନେଶ୍ୱର ଓ ସମ୍ବଲପୁରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ପୁରୀ-ହାଓଡ଼ା ସ୍ପେଶାଲ, ପୁରୀ-ହାଓଡ଼ା ଦୁରନ୍ତ, ଭୁବନେଶ୍ୱର-ହାଓଡ଼ା ସ୍ପେଶାଲ ଓ ସମ୍ବଲପୁର-ହାଓଡ଼ା ସ୍ପେଶାଲ ଟ୍ରେନରେ ଯାଉଥିବା ଯାତ୍ରୀମାନଙ୍କୁ RTPCR ରିପୋର୍ଟ ଆଣିବାକୁ କୁହାଯାଇଛି।
ପଶ୍ଚିମବଙ୍ଗ କରୋନା ଅପଡେଟ୍
ପଶ୍ଚିମବଙ୍ଗରେ ମଙ୍ଗଳବାର ସର୍ବାଧିକ 107 କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏହା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା 11,744କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 17,639 ସଂକ୍ରମଣ ଚିହ୍ନଟ ହୋଇଛି । ମୋଟ ସଂକ୍ରମିତ ସଂଖ୍ୟା 8,98,533 କୁ ବୃଦ୍ଧି ପାଇଛି। ସେହିପରି ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 16,547 କରୋନାରୁ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications