Get Updates
Get notified of breaking news, exclusive insights, and must-see stories!

ପଥପ୍ରାନ୍ତ ନାଟକରେ ଶିବ ବେଶ ହୋଇ ଜଣେ ଗିରଫ

ମଞ୍ଚ ନାଟକରେ ପ୍ରଭୁ ଶିବଙ୍କର ଅଭିନୟ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଦରଦାମ ବୃଦ୍ଧି ଉପରେ ମଞ୍ଚସ୍ଥ ଏକ ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରିଥିଲେ ଏହି ବ୍ୟକ୍ତି ।

ଗୌହାଟୀ: ବିବାଦୀୟ କାଳୀ ଫିଲ୍ମ ପୋଷ୍ଟରକୁ ନେଇ ଏବେ ବି ଥମିନାହିଁ ଝଡ । ଏହାରି ଭିତରେ ଆସାମ ନଗାଁଓରୁ ଆଉ ଏକ ନୂଆ ବିବାଦର ସାମନାକୁ ଆସିଛି। ମଞ୍ଚ ନାଟକରେ ପ୍ରଭୁ ଶିବଙ୍କର ଅଭିନୟ କରି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଦରଦାମ ବୃଦ୍ଧି ଉପରେ ମଞ୍ଚସ୍ଥ ଏକ ପଥପ୍ରାନ୍ତ ନାଟକରେ ଶିବ ବେଶରେ ଅଭିନୟ କରିଥିଲେ ଏହି ବ୍ୟକ୍ତି । ଶିବ ବେଶରେ ପ୍ରତିବାଦ କରି ସେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ନେଇ ରାଜା ପାରିକ ନାମକ ଜଣେ ସ୍ଥାନୀୟ ବିଜେପି ନେତା ଥାନାରେ ଅଭିଯୋଗ କରିଥିଲେ ।

shiva natak

ବିଜେପି ନେତା କହିଥିଲେ ଯେ, ''ଯଦି ପ୍ରତିବାଦ କରିବାର ଅଛି ତାହାହେଲେ ବସି ପ୍ରତିବାଦ କରୁନ୍ତୁ । ଏପରି ଦେବାଦେବୀଙ୍କ ବେଶରେ ପ୍ରତିବାଦ କରିବାକୁ ଆମେ ସମର୍ଥନ କରିବୁ ନାହିଁ । ନଗାଁଓ ଜିଲ୍ଲାର ବଜରଙ୍ଗ ଦଳ ଏବଂ ବିଶ୍ବ ହିନ୍ଦୁ ପରିଷଦ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

ସେପଟେ ଶିବ ବେଶଧାରୀ ଅଭିଯୁକ୍ତକୁ ବର୍ତ୍ତମାନ ଜାମିନ ମିଳିଥିବା ସୂଚନା ମିଳିଛି । ଯାହା ସୂଚନା ରହିଛି, ଶନିବାର ସନ୍ଧ୍ୟାରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଦୁଇ ଜଣ ପୁରୁଷ ଓ ମହିଳା ଶିବ ପାର୍ବତୀ ବେଶ ଧାରଣ କରି ଦେଶରେ ବଢୁଥିବା ଦରଦାମ୍ ବିରୁଦ୍ଧରେ ପ୍ରତିବାଦ କରିବା ପାଇଁ ଏକ ପଥପ୍ରାନ୍ତ ନାଟକର ଆୟୋଜନ କରିଥିଲେ ।

ଏଥିପାଇଁ ସେମାନେ ଏକ ବାଇକରେ ନଗାଁଓ କଲେଜ ଛକରେ ପହଞ୍ଚି ଗାଡିରୁ ପେଟ୍ରୋଲ ସରିଯିବା ଘଟଣା ଉପରେ ନାଟକ କରୁଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଶିବ ବେଶରେ ଅଭିନୟ କରୁଥିବା କଳାକାର କହିଥିଲେ ଯେ, ''ସରକାର ପୁଞ୍ଜିବାଦୀଙ୍କ ସ୍ବାର୍ଥ ରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି କିନ୍ତୁ ସାଧାରଣ ଲୋକଙ୍କ ସମସ୍ୟା ପାଇଁ ଚିନ୍ତିତ ନାହାନ୍ତି ।'' ଏହାପରେ ଆରମ୍ଭ ହୋଇଥିଲା ବିବାଦ । ଏମାନଙ୍କର ଏପରି ବେଶକୁ ସହଜରେ ଗ୍ରହଣ କରିନଥିଲେ ଦର୍ଶକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+