କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ, ମୁଖ୍ୟମନ୍ତ୍ରୀ କହିଲେ....
ନୂଆଦିଲ୍ଲୀ : ଦିଲ୍ଲୀ ଗ୍ରେଟର କୈଲାଶ ଅଞ୍ଚଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରଣ ହୋଇଛି। ଶନିବାର ସନ୍ଧ୍ୟାରେ ହୋଇଥିବା ଏହି ଆକ୍ରମଣରେ ସୁରକ୍ଷା ଟିମ୍ ଆକ୍ରମଣକାରୀକୁ କାବୁ କରିନେଇଛନ୍ତି।ଏହି ଘଟଣା ସମ୍ପର୍କରେ ଦଳ ବିଜେପିର ବହୁ ବରିଷ୍ଠ ନେତାଙ୍କ ଉପରେ ଅଭିଯୋଗ ଆଣିଛି। ଆପ୍ ପକ୍ଷରୁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇ ଏହାକୁ ଭାଜପାର ଷଡ଼ଯନ୍ତ୍ର ବୋଲି କୁହାଯାଇଛି।
କହିରଖୁଛୁ, କେଜ୍ରିଓ୍ବାଲ ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଗ୍ରେଟର କୈଳାଶରେ ପଦଯାତ୍ରାରେ ବାହାରିଥିଲେ। ଏହି ସମୟରେ ତାଙ୍କ ସହ ବହୁତ ସମର୍ଥକ ଉପସ୍ଥିତ ଥିଲେ। କେଜ୍ରିଓ୍ବାଲ ଲୋକଙ୍କ ସହ ହାତ ମିଳାଇ ଆଗକୁ ଚାଲିଥିଲେ। ହେଲେ ଜଣେ ଯୁବକ ଭେଟିବାର ବାହାନା କରି ଆସି ତାଙ୍କ ଉପରକୁ ତରଳ ପଦାର୍ଥ ଫିଙ୍ଗିଥିଲେ। କେଜ୍ରିଓ୍ବାଲଙ୍କ ସହ ଚାଲୁଥିବା ସମର୍ଥକମାନେ ଅଭିଯୁକ୍ତଙ୍କୁ କାବୁ କରିଥିଲେ। ପରେ ତାଙ୍କୁ ନିର୍ଧୁମ ଛେଚି ଥିଲେ। ପରେ କେଜ୍ରିଓ୍ବାଲ ନିଜେ ଅଭିଯୁକ୍ତଙ୍କୁ ଛଡ଼ାଇ ପୋଲିସର ଜିମା ଦେଇଥିଲେ। ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ନେଇ ପଚରାଉଚରା କରାଯାଉଛି।
ଘଟଣା ପରେ ଆପ ବିଜେପିକୁ ଦାୟି କରିଛି। ଏହି ଆକ୍ରମଣ ପଛରେ ବିଜେପିର ହାତ ଥିବାର ଅଭିଯୋଗ କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଆପ କହିଛି ଯେ ଅମିତ ଶାହଙ୍କ ଦ୍ୱାରା ଦିଲ୍ଲୀର ଆଇନଶୃଙ୍ଖଳା ନିୟନ୍ତ୍ରିତ ହୋଇ ପାରୁ ନାହିଁ। ଏହି ଘଟଣାରୁ ଜାତୀୟ ରାଜଧାନୀର ଆଇନଶୃଙ୍ଖଳା କେତେ ଢିଲା ତାହା ପ୍ରମାଣିତ କରୁଛି ବୋଲି ଆପ କହିଛି।

ମୁଖ୍ୟମନ୍ତ୍ରୀ ଆତିଶୀ ଘଟଣାକୁ ନେଇ ଏକ୍ସ ରେ ପୋଷ୍ଟ କରିଛନ୍ତି। ଏଥିରେ ସେ ସିଧା ବିଜେପିକୁ ଦାୟି କରିଛନ୍ତି। ସେ ଲେଖିଛନ୍ତି ଯେ ଆଜି ସ୍ପଷ୍ଟ ଦିବାଲୋକରେ ବିଜେପି କାର୍ଯ୍ୟକର୍ତ୍ତା ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ କରିଛନ୍ତି। ତୃତୀୟବାର ଦିଲ୍ଲୀ ନିର୍ବାଚନ ହାରିବା ଆଶଙ୍କାରେ ବିଜେପି ଏପରି ଅସ୍ଥିର ହେଉଛି।












Click it and Unblock the Notifications