ସଂସଦ ଭବନ ନିକଟରେ ନିଜ ଦେହରେ ନିଆଁ ଲଗାଇଲେ ଯୁବକ
ନୂଆଦିଲ୍ଲୀ : ସଂସଦ ଆଗରେ ଆତ୍ମହୁତି ଉଦ୍ୟମ। ଦେହରେ ପେଟ୍ରାଲ ପକାଇ ନିଜକୁ ନିଆଁ ଲଗାଇଲେ ଜଣେ ବ୍ୟକ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀ ପୋଲିସ ସେଠାରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସକୁ ଘଟଣାସ୍ଥଳରୁ ପେଟ୍ରୋଲ ମିଳିଛି ଓ ଫରେନସିକ୍ ଟିମ୍ ମଧ୍ୟ ଯାଞ୍ଚ ଆରମ୍ଭ କରିଛି। ପୋଲିସ ଏହା ଜାଣିବାକୁ ଚେଷ୍ଟା କରୁଛି କାହିଁକି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ

ପୁଲିସ ସୂଚନାନୁସାରେ, ବ୍ୟକ୍ତି ଜଣକ ରେଳ ଭବନ ନିକଟ ପାର୍କରେ ନିଜକୁ ନିଆଁ ଲଗାଇ ଦେବା ପରେ ସଂସଦ ଗୃହ ଆଡକୁ ଦୌଡ଼ି ଆସିଥିଲେ । ଲୋକମାନେ ଏହା ଦେଖିବା ମାତ୍ରେ ସେମାନେ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶୀଘ୍ର ଉକ୍ତ ବ୍ୟକ୍ତିଙ୍କୁ ଅଟକାଇ ଏକ କମ୍ବଳ ଘୋଡାଇ ଦେଇଥିଲା। ଏବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି |












Click it and Unblock the Notifications