ରାମଙ୍କ ଭୂମିକାରେ କରୁଥିଲେ ଅଭିନୟ, ଆସିଲା ହାର୍ଟଆଟାକ୍, ଷ୍ଟେଜ୍ରେ ଚାଲିଗଲା ଜୀବନ
ରାମଲୀଳାରେ ଚାଲିଗଲା ରାମଙ୍କ ଜୀବନ, ଡାଏଲଗ କହୁଥିବା ବେଳେ ଆସିଲା ହାର୍ଟଆଟାକ୍ , ଦିଲ୍ଲୀରେ ମଞ୍ଚସ୍ଥ ହେଉଥିଲା ରାମାୟଣ। ମଞ୍ଚ ଉପରେ ଠିଆ ହୋଇ ଡାଏଲଗ କହୁଥିଲେ 'ରାମ'। ହେଲେ ଅଧରେ ଅଟକି ଗଲେ। ଦେଖୁ ଦେଖୁ ହଠାତ୍ ସେ ଟଳି ପଡିଲେ। ହାର୍ଟ ଆଟାକ୍ରେ ଚାଲିଗଲା ତାଙ୍କ ପ୍ରାଣ। ଦିଲ୍ଲୀରେ ଘଟିଛି ଏଭଳି କିଛି ଘଟଣା ।
ଏହାର ଭିଡିଓ ସାମ୍ନାକୁ ଆସିଛି । ଦିଲ୍ଲୀର ଶାହାଦରା ଅଞ୍ଚଳରେ ଷ୍ଟେଜ୍ରେ ରାମଲୀଳା ଚାଲିଥିବାବେଳେ ଏକ ଦୁଃଖଦ ଘଟଣା ଘଟିଛି। ରାମ ଭୂମିକାରେ ଅଭିନୟ କରୁଥିବା ସୁଶୀଲ କୌଶିକ୍ଙ୍କ ଛାତିରେ ଯନ୍ତ୍ରଣା ହେବାରୁ ସେ ଷ୍ଟେଜ୍ରୁ ଓହ୍ଲାଇବା ଦେଖି ଲୋକମାନେ ଦୌଡ଼ି ଯାଇଥିଲେ। ସୁଶୀଲଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା, ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୁଶୀଲଙ୍କ ବୟସ ୫୪ ବର୍ଷ

ପୋଲିସ ସୂଚନା ମୁତାବକ, ସୁଶୀଲଙ୍କୁ ମଞ୍ଚ ଉପରେ ହୃଦ୍ଘାତ ହୋଇଥିଲା । ଛାତିରେ ଯନ୍ତ୍ରଣା ହେବା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୁଶୀଲ ଜଣେ ପ୍ରପର୍ଟି ଡିଲର ଥିଲେ। ସେ ଦୀର୍ଘ ୩୨ ବର୍ଷ ଧରି ରାମଲୀଳା ସହ ଜଡ଼ିତ ଥିଲେ।












Click it and Unblock the Notifications