ପାମ୍ପଡ ବିକୁଥିବା ପିଲାକୁ ଜଣେ ୫୦୦ ଟଙ୍କା ଦେଲେ , ପିଲାଟିର ଜବାବ ଏବେ ଭାଇରାଲ, ଆପଣ ବି ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆପଣ ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ । ଆପଣ ଏହି ଭିଡିଓଗୁଡିକରେ ବିଭିନ୍ନ ପ୍ରକାରର ଲୋକଙ୍କୁ ଦେଖନ୍ତି । ବେଳେବେଳେ କିଛି ଭିଡିଓ ଏହିପରି ହୋଇଥାଏ କି, କିଏ ତୁମକୁ ବହୁତ ହସାଇଥାଏ ତ ଆଉ କିଛି ଭିଡିଓ ଏହିପରି ହୋଇଥାଏ ଯିଏ ତୁମକୁ କିଛି ଶିକ୍ଷା ମିଳିଥାଏ । ଏହିପରି ଅନେକ ଭିଡିଓ ଶୋଶଲାମିଡ଼ାରେ ନିହାତି ଦେଖିଥିବେ ।
ଏମିତିକି କିଛି ଭିଡ଼ିଓ ଦେଖିଥିବେ ଯାହା ଆପଣଙ୍କ ଆଖିରେ ଆପେ ଆପେ ଲୁହ ଆଶିଯାଇଥାଏ । ଆଉ ବର୍ତ୍ତମାନ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଆପଣ କେବଳ ଭାବପ୍ରବଣ ହେବେ ନାହିଁ ବରଂ ଆପଣ କିଛି ଶିଖିବେ । ପେପଡ ବିକ୍ରି କରୁଥିବା ଏକ ଛୋଟ ପିଲା ଏଭଳି କଥା କହିଛି। ଯିଏ ସମସ୍ତଙ୍କ ହୃଦୟ ଜିତିଛି । ଆଉ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

'ମୁଁ କାମ କରେ, ଭିକ ମାଗେ ନାହିଁ'
ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ପିଲା ସମୁଦ୍ର କୂଳରେ ଏକ ବ୍ୟାଗ ଧରି ବସିଛି ।ସେ ଇନଫ୍ଲୁଏନ୍ସରଙ୍କୁ କହୁଛି ଯେ, ଭାଇ ପାମ୍ପଡ଼ ବିକ୍ରି ହେଉନି। ତା' ଉତ୍ତରରେ ଇନଫ୍ଲୁଏନ୍ସର ପଚାରୁଛନ୍ତି ଯେ, ୫ଟଙ୍କାରେ ଦେଇଦିଅ। ଶିଶୁଟି କହୁଛି ନା ଭାଇ ୫ଟଙ୍କାରେ ହେବନି।
ଇନଫ୍ଲୁଏନ୍ସର ଜଣକ କହୁଛନ୍ତି ଯେ, ତୁମେ କଣ ତୁମ ମାଆଙ୍କୁ ଭଲପାଉନ? ଶିଶୁଟି କହୁଛି ହଁ। ତା'ପରେ ଇନଫ୍ଲୁଏନ୍ସର କହୁଛନ୍ତି, ମୁଁ ବି ମୋ ମାଆଙ୍କୁ ବହୁତ ଭଲପାଏ। ତେବେ ମୋ ମୋ ମାଆ କଣ ତୁମ ମାଆ ନୁହଁନ୍ତି? ଏହାକୁ ଶୁଣି ପାମ୍ପଡ଼ ବିକୁଥିବା ଶିଶୁଟି ୩୦ ଟଙ୍କାର ପାମ୍ପଡ଼କୁ ସେହି ଇନଫ୍ଲୁଏନ୍ସରଙ୍କୁ ମାତ୍ର ୫ ଟଙ୍କାରେ ଦେଇଦେଉଛି। ପରେ ଇନଫ୍ଲୁଏନ୍ସର ଆସି ଶିଶୁକୁ କହୁଛନ୍ତି ଯେ, ତୁମ ପାମ୍ପଡ଼ ମୋ ମାଆଙ୍କୁ ବହୁତ ଭଲ ଲାଗିଲା। ଏହାପରେ ସେ ଶିଶୁକୁ ୫୦୦ ଟଙ୍କା ଯାଚିଲେ। ଏହି ୫୦୦ ଟଙ୍କାକୁ ନ ନେଇ ପିଲାଟି ଇନଫ୍ଲୁଏନ୍ସରଙ୍କୁ କହିଲା ଯେ, ଭାଇ ମୁଁ ଏତେ ମୁଁ ନେବିନି।
ଇନଫ୍ଲୁଏନ୍ସର ପୁଣି କହୁଛନ୍ତି, ତୁମେ ମୋ ମାଆ ପାଇଁ ପାମ୍ପଡ଼ ଦେଲ, ଏହା ମୋ ତରଫରୁ ନିଜ ମାଆ ପାଇଁ ରଖିଦିଅ। ଏହାକୁ ଶୁଣି ଶିଶୁଟି କହିଲା, " ଭାଇ, ମୁଁ କାମ କରିପାରିବି, ଭିକ ମାଗୁନି, ତେବେ ଅନ୍ୟ ଟଙ୍କା କାହିଁକି ନେବି।" ଏହି ଭିଡିଓଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି।












Click it and Unblock the Notifications