ଟିଣ୍ଡରରେ ଭଉଣୀ ଖୋଜି ଚର୍ଚ୍ଚାରେ ଯୁବକ
ମୁମ୍ବାଇର ଏଭଳି ଜଣେ ବ୍ୟକ୍ତି ରାକ୍ଷୀ ପୂର୍ଣ୍ଣିମାକୁ ଆଖିରେ ରଖି ଡେଟିଂ ଆପ୍ ଡିଣ୍ଡରରେ ଭଉଣୀ ଖୋଜି ଏବେ ଭାଇରାଲ ହୋଇଛନ୍ତି ।
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆପରେ ଭଉଣୀ ଖୋଜି ଚର୍ଚ୍ଚାରେ ଯୁବକ । ଆଉ ମାତ୍ର ଦୁଇ ଦିନ ବାକି ଅଛି ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା । ତେବେ ପ୍ରତ୍ୟେକ ଭାଇ-ଭଉଣୀ ପାଇଁ ଏହି ଦିନଟିର ରହିଛି ଗୁରୁତ୍ବ । କିନ୍ତୁ ଏଭଳି ଅନେକ ଅଛନ୍ତି ଯାହାର ଭଉଣୀ ନାହାଁନ୍ତି ତ ଆଉ କାହାର ଭାଇ ନାହାଁନ୍ତି । ତେବେ ମୁମ୍ବାଇର ଏଭଳି ଜଣେ ବ୍ୟକ୍ତି ରାକ୍ଷୀ ପୂର୍ଣ୍ଣିମାକୁ ଆଖିରେ ରଖି ଡେଟିଂ ଆପ୍ ଡିଣ୍ଡରରେ ଭଉଣୀ ଖୋଜି ଏବେ ଭାଇରାଲ ହୋଇଛନ୍ତି ।

ଡେଟିଂ ଆପରେ ପୋଷ୍ଟ କରିବା ପରେ ସେ ଦୁଇ ଜଣ ଭଉଣୀ ପାଇଥିବା ନେଇ ଟିଣ୍ଡରକୁ ଧନ୍ୟବାଦ ଦେଇଛନ୍ତି । ତାଙ୍କ ରେଡିଟ୍ ପୋଷ୍ଟରେ, ବ୍ୟକ୍ତି ଜଣକ କହିଛନ୍ତି, "ମୁଁ ରକ୍ଷାବନ୍ଧନ ସମୟରେ ମୋର ଅଧିକାଂଶ ସମୟ ଖୁବ ଏକା ଅନୁଭବ କରିଛି କାରଣ ମୋର କୌଣସି ଭଉଣୀ ନାହିଁ । ମୋତେ କେହି ବି ରାକ୍ଷୀ ବାନ୍ଧନ୍ତି ନାହିଁ ।

କିନ୍ତୁ ରାକ୍ଷୀ ପାଳନ ପାଇଁ ତାଙ୍କର ସର୍ବଦା ଇଚ୍ଛା ଥାଏ । କିନ୍ତୁ କେଉଁ ବର୍ଷ ସେ ପାଳନ କରିପାରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଡେଟିଂ ଆପ ସାହାଯ୍ୟରେ ଖୋଜିଛନ୍ତି ଭଉଣୀ । ତେବେ ଏହି ଆପରେ ବାୟୋକୁ ଏକ ଭିନ୍ନ ପ୍ରକାରେ ଲେଖିଛନ୍ତି ଏହି ବ୍ୟକ୍ତି ଜଣକ : "ରକ୍ଷାବନ୍ଧନ ସମୟରେ ହ୍ୟାଙ୍ଗଆଉଟ୍ କରିବାକୁ ଭଉଣୀ ଖୋଜୁଛି"। ଏହାପରେ ଦୁଇ ଜଣ ଭଭଣୀ ବ୍ୟକ୍ତି ଜଣଙ୍କୁ ମିଳିଥିଲା । ଏହାପରେ "ଟିଣ୍ଡରକୁ ଧନ୍ୟବାଦ ଦେଇଛନ୍ତି ସେ । ଚଳିତ ବର୍ଷ ଦୁଇ ଭଉଣୀଙ୍କ ସହ ମିଶି ରାକ୍ଷୀ ପାଳନ କରିବି ବୋଲି ସେ ଲେଖିଛନ୍ତି ।












Click it and Unblock the Notifications