Get Updates
Get notified of breaking news, exclusive insights, and must-see stories!

ମା’ଙ୍କ ସହ ୪ ଭଉଣୀଙ୍କୁ ବ୍ଲେଡ୍‌ରେ କାଟି ହତ୍ୟା କଲେ ଭାଇ

ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ମଙ୍ଗଳବାର ଜଣେ ଯୁବକ ତାଙ୍କ ମା' ଓ ୪ ଭଉଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ନାଁ ଅର୍ଶଦ (୨୪)। ତାଙ୍କୁ ପୁଲିସ ଗିରଫ କରିଛି। ଅର୍ଶଦଙ୍କ ବାପା ବଦରଙ୍କର ମଧ୍ୟ ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସେ ଫେରାର ଅଛନ୍ତି। ତାଙ୍କୁ ଧରିବାକୁ ପୁଲିସ ପ୍ରୟାସ ଜାରି ରଖିଛି।

ପୋଲିସର ସୂଚନାନୁସାରେ, ଅର୍ଶଦ ତାଙ୍କ ମା ଆସମା ଏବଂ ଭଉଣୀ ଆଲଶିଆ (୧୯), ରହମେନ (୧୮), ଆକସା (୧୬) ଏବଂ ଆଲିଆ (୯) କୁ ହତ୍ୟା କରିଛନ୍ତି। ପୋଲିସର ସୂଚନାନୁସାରେ, ପାରିବାରିକ କଳହ ହେତୁ ଅର୍ଶଦ ତାଙ୍କ ମା ଏବଂ ଭଉଣୀମାନଙ୍କୁ ହତ୍ୟା କରିଛନ୍ତି। ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଅର୍ଶଦ ନିଜ ଅପରାଧ ସ୍ବୀକାର ମଧ୍ୟ କରିଛନ୍ତି, କିନ୍ତୁ ସେ ସମୟ ସମୟରେ ନିଜର ବିବୃତ୍ତିରେ ପରିବର୍ତ୍ତନ କରୁଛନ୍ତି।

ଗତକାଲି ରାତିରେ ହୋଟେଲରେ ଏହି ପରିବାରର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଆଉ ତା'ପରେ ଏହି ଘଟଣା ଘଟିଥିଲା। ଅର୍ଶଦ ସମସ୍ତଙ୍କ ଖାଦ୍ୟରେ କୌଣସି ପ୍ରକାରର ନିଶା ଦ୍ରବ୍ୟ ମିଶାଇ ଦେଇଥିଲେ। ମା' ଓ ଭଉଣୀମାନେ ଖାଇପିଇ ଶୋଇବା ପରେ ଖାଦ୍ୟରେ ପଡ଼ିଥିବା ନିଶା ଦ୍ରବ୍ୟ ପ୍ରଭାବରେ ଅଚେତ ହୋଇଯାଇଥିଲେ। ତା'ପରେ ଅର୍ଶଦ ସେମାନଙ୍କୁ ହତ୍ୟା କରିଥିଲେ। ସମସ୍ତ ମୃତକଙ୍କ ମଣିବନ୍ଧକୁ ବ୍ଲେଡ୍‌ରେ କଟାଯାଇଥିଲା। ମୃତଦେହଗୁଡ଼ିକ ରକ୍ତଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିଲା।

blade murder

ପୁଲିସର ପ୍ରାଥମିକ ତଦନ୍ତରୁ ଏହା ବି ଜଣାପଡ଼ିଛି ଯେ ୫ ଜଣଙ୍କ ମଧ୍ୟରୁ ଦୁଇ ତିନି ଜଣଙ୍କୁ ଶୋଇଥିବା ଅବସ୍ଥାରେ ପ୍ରଥମେ ତଣ୍ଟି ଚିପି ହତ୍ୟା କରାଯାଇଛି। ପରେ ସେମାନଙ୍କ ମଣିବନ୍ଧକୁ ବ୍ଲେଡ୍‌ରେ କଟାଯାଇଛି। ପୁଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଏହି ୫ ଜଣଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ସେଣ୍ଟ୍ରାଲ ଲକ୍ଷ୍ନୌ ଡିସିପି ରବୀନା ତ୍ୟାଗୀ।

ମା' ଓ ଭଉଣୀମାନଙ୍କୁ ହତ୍ୟା କରିବା ପରେ ଅର୍ଶଦ ନିଜେ ଫୋନ୍ କରି ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଅର୍ଶଦ ସେଠାରେ ଉପସ୍ଥିତ ଥିଲେ। ପୁଲିସ ତାଙ୍କୁ ନିଜ କବଜାକୁ ନେବା ସହିତ ଫରେନସିକ୍ ଟିମ୍ ସହାୟତାରେ ଘଟଣାସ୍ଥଳକୁ ଯାଞ୍ଚ କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+