ସଂସଦ ସମ୍ମୁଖରୁ ପୁଣି ଜଣେ ସନ୍ଦିଗ୍ଧ ଅଟକ
ଦେଶର ସଂସଦ ନିକଟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଜଣେ ସନ୍ଦିଗ୍ଧକୁ ଦେଖିବାକୁ ମିଳିଛି । ଗତକାଲି ଭଳି ଆଜି ମଧ୍ୟ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ସଂସଦ ଭବନ ନିକଟରେ ମୁତୟନ ସିଆଇଏସ୍ଏଫ୍ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ତାଙ୍କର କାଗଜପତ୍ର ଯାଞ୍ଚ କରାଯାଉଛି । ସେ କାହିଁକି ସେଠାରେ ବୁଲୁଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ ।

ଶୁକ୍ରବାର ମଧ୍ୟ ଜଣେ ବ୍ୟକ୍ତି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କରିଥିଲେ । ସଂସଦର କାନ୍ଥ ଡେଇଁ ଜଣେ ସନ୍ଦିଗ୍ଧ ଭିତରକୁ ପ୍ରବେଶ କରିଥିଲେ । ବ୍ୟକ୍ତି ଜଣକ ମାନସିକ ଭାବରେ ବିକୃତ ଥିଲେ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ସଂସଦର ବାହାର କାନ୍ଥ ନିକଟରେ ମୁତୟନ ସିଆଇଏସ୍ଏଫ୍ ଏବଂ ଦିଲ୍ଲୀ ପୋଲିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଧରି ପକାଇଥିଲେ। ସେ ସମ୍ଭବତଃ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସେ ଉତ୍ତର ପ୍ରଦେଶର ବାସିନ୍ଦା ଅଟନ୍ତି । ତାଙ୍କ ନାମ ରାମା ଭାବରେ (୨୦) ଚିହ୍ନଟ କରାଯାଇଛି। ସେ ମାନସିକ ଭାବରେ ବିକୃତ ପୋଲିସ ସନ୍ଦେହ କରିଛି ।
More From
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications