ବାବା ସିଦ୍ଦିକଙ୍କୁ ହତ୍ୟା ପରେ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ହତ୍ୟା ଧମକ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ନୂଆଦିଲ୍ଲୀ: ବରିଷ୍ଠ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଆଉ ଏହି ଘଟଣାରେ ସାରା ଦେଶ ହୋଇଯାଇଛି ସ୍ତବ୍ଧ । ବାବା ସିଦ୍ଦିକିଙ୍କ ହତ୍ୟାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ବଡ଼ ନେତାଙ୍କୁ ମିଳିଛି ହତ୍ୟା ଧମକ । ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନିଙ୍କୁ ମିଳିଛି ହତ୍ୟା ଧମକ । ହ୍ୱାଟ୍ସଆପ୍ ଗ୍ରୁପ୍ରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି ।
ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଆଜମେରକୁ ଶନିବାର ଜୁଲାନା ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।ସେ ଜିନ୍ଦ ଜିଲ୍ଲାସ୍ଥିତ ଦେବାରର ଗାଁର ମୂଳ ବାସିନ୍ଦା । ଜିନ୍ଦ ଏପ୍ପି କହିଛନ୍ତି ଆଜ୍ମେର ଅକ୍ଟୋବର ୮ ତାରିଖରେ ଭୋଟ ଗଣତି ବେଳେ ଏକ ହ୍ୱାଟ୍ସଆପ ଗ୍ରୁପ୍ରେ ହତ୍ୟା ଧମକ ଦେଇଥିଲା ।













Click it and Unblock the Notifications