ଆଇଏଏସ ଟିନା ଡାବିଙ୍କ ନାଁରେ ଠକେଇ, ଥାନାରେ ଏତଲା

ବହୁ ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କ ନାଁରେ ଠକିବାକୁ ଚେଷ୍ଟା କରି ଫସିଲେ ସାଇବର ଠକ। ହ୍ୱାଟସଆପ୍‌ ଡିପିରେ ଟିନା ଡାବିଙ୍କ ଫଟୋ ଦେଖାଇ ଜୈସଲମେରର ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଉଦ୍ୟମ କରିଛି।

ଜୟପୁର: ବହୁ ଚର୍ଚ୍ଚିତ ଆଇଏଏସ୍‌ ଟିନା ଡାବିଙ୍କ ନାଁରେ ଠକିବାକୁ ଚେଷ୍ଟା କରି ଫସିଲେ ସାଇବର ଠକ। ହ୍ୱାଟସଆପ୍‌ ଡିପିରେ ଟିନା ଡାବିଙ୍କ ଫଟୋ ଦେଖାଇ ଜୈସଲମେରର ଜଣେ ସରକାରୀ ଅଧିକାରୀଙ୍କୁ ଠକିବାକୁ ଉଦ୍ୟମ କରିଛି। ତେବେ ଏହି ଠକାମୀରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସରକାରୀ ଅଧିକାରୀ।

ias tina dabi

ସୂଚନା ଅନୁସାରେ, ଜୈସଲମେରର ୟୁଆଇଟି ସେକ୍ରେଟାରୀ ସୁନୀତା ଚୌଧୁରୀଙ୍କ ହ୍ୱାଟ୍ସଅପ୍ ନମ୍ବରରେ ଟିନାଙ୍କ ଡିପି ଥିବା ଏକ ନମ୍ବରରୁ ମେସେଜ ଆସିଥିଲା। ଏହି ମେସେଜ ଜରିଆରେ ତାଙ୍କୁ ଆମାଜନ୍ ଗିଫ୍ଟ କାର୍ଡ ବିଷୟରେ ପଚାରିଥିଲେ ସାଇବର ଠକ। କିନ୍ତୁ ଅଧିକାରୀ ଆମାଜନ୍ ପ୍ରଡକ୍ଟ ବ୍ୟବହାର କରୁନଥିବାରୁ,ତେଣୁ ସେ ଏହାକୁ ଗୁରୁତ୍ୱ ଦେଇନଥିଲେ। ଏଥିସହ ଆଇଏଏସ୍ ଟିନା ଡାବିଙ୍କୁ ଫୋନ କରି କନଫର୍ମ ହେବାକୁ ଚାହିଁଥିଲେ। ହେଲେ ଏପରି କୌଣସି ମେସେଜ୍ ପଠାଇନଥିବା କହିଥିଲେ ଟିନା । ଏହାପରେ ଉକ୍ତ ମେସେଜ୍ ଆଧାରରେ ସୁନୀତା ଚୌଧୁରୀ ପୁଲିସରେ ମାମଲା ଦାଏର କରିଥିଲେ।

ଜିଲ୍ଲାପାଳ ଟିନା ଡାବି ତାଙ୍କର ଏହି ନକଲି ଆଇଟି ବିଷୟରେ ଜାଣିବାକୁ ପାଇବା ପରେ ଏସ୍‌ପି ଭଂବର ନାଥାବତଙ୍କୁ ଏନେଇ ସୂଚନା ଦେଇଥିଲେ। ଏହାପରେ ଜୈସଲମେର୍‌ ଏସ୍‌ପି ଉକ୍ତ ଫୋନ୍‌ ନମ୍ବର ଟ୍ରେସ୍‌ କରିବା ପରେ ଡୁଙ୍ଗରପୁରରେ ଅଭିଯୁକ୍ତ ଥିବା ଜଣାପଡିଥିଲା। ଏହାପରେ ଡୁଙ୍ଗରପୁରରୁ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+