ଆପାର୍ଟମେଣ୍ଟରେ ଲାଗିଲା ଭୟଙ୍କର ଅଗ୍ନିକାଣ୍ଡ, ୭ମହଲାରୁ ଡେଇଁ ୨ ଶିଶୁ ମୃତ
ମଙ୍ଗଳବାର ସକାଳେ ଦ୍ୱାରକା ସେକ୍ଟର ୧୩ ସ୍ଥିତ ଶାବଦ ଆପର୍ଟମେଣ୍ଟ କମ୍ପେ୍ଲକ୍ସର ଉପର ମହଲାରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଯୋଗୁଁ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୩ ଜଣଙ୍କ ପ୍ରାଣହାନୀ ଘଟିଛି।
ଦୁଇ ପିଲା(ଜଣେ ପୁଅ ଏବଂ ଜଣେ ଝିଅ, ଉଭୟଙ୍କ ବୟସ ୧୦ ବର୍ଷ) ନିଜକୁ ବଞ୍ଚାଇବା ପାଇଁ ବାଲକୋନୀରୁ ଡେଇଁ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ପରେ ତାଙ୍କ ବାପା ୟଶ ଯାଦବ(୩୫) ବାଲକୋନୀରୁ ଡେଇଁ ପଡ଼ିଥିଲେ।

ତାଙ୍କୁ ମଧ୍ୟ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ୟଶ ଯାଦବଙ୍କ ପତ୍ନୀ ଏବଂ ବଡ଼ ପୁଅ ନିଆଁରୁ ବର୍ତ୍ତି ଯାଇଛନ୍ତି ଏବଂ ସେମାନେ ଜୀବିତ ଅଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications