କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ ଉପରେ ଶ୍ୱେତପତ୍ର ଦାବି କଲେ ମମତା
କୋଲକତା: ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା କରାଯାଇଥିବା ଯାଞ୍ଚ ଉପରେ ଏକ ଶ୍ୱେତ ପତ୍ର ଦାବି କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଟିଏମସିକୁ ଦାୟୀ କରିବା ପୂର୍ବରୁ ସେ ନିଜକୁ ଆଇନାରେ ଦେଖିବା ଉଚିତ୍ । ଜଲପାଇଗୁରି ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି ଯେ ଟିଏମସି କେବଳ ବିଜେପି ସହିତ ଲଢ଼ୁଛି । ସିପିଆଇ (ଏମ୍) ଏବଂ କଂଗ୍ରେସ କେବଳ ବିଜେପିକୁ ସାହାଯ୍ୟ କରୁଛନ୍ତି ।
ଏକ ଶ୍ୱେତ ପତ୍ର ଦାବି କରି ମମତା ବାନାର୍ଜୀ କହିଛନ୍ତି, "ବଙ୍ଗଳାରେ ଦୁର୍ନୀତି ଅଭିଯୋଗର ଯାଞ୍ଚ ପାଇଁ ବିଜେପି ୩୦୦ ଟି କେନ୍ଦ୍ରୀୟ ଏଜେନ୍ସିର ଟିମ୍ ପଠାଇଥିଲା । କିନ୍ତୁ ସେମାନେ କିଛି ପାଇଲେ ନାହିଁ । ଆଉ ସେମାନେ ଖାଲି ହାତରେ ଫେରିଲେ । ଏବେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କୁ ଜବାବ୍ ଦେବାକୁ ପଡ଼ିବ ମନରେଗା ପାଣ୍ଠିର କ'ଣ କରାଗଲା । ଗରିବ ଏହି ପରିଯୋଜନାରେ କାମ ୍ କଲେ କିନ୍ତୁ ସେମାନଙ୍କର କୌଣସି ଲାଭ ହେଲା ନାହିଁ ।

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ଟିଏମସିକୁ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି । ଏହା କହିବା ପୂର୍ବରୁ ସେ ନିଜକୁ ଅଇନାରେ ଦେଖିବା ଉଚିତ୍ । ତାଙ୍କ ପାର୍ଟି ଡ଼କାୟିତି ରେ ପରିପୂର୍ଣ୍ଣ ।" ସେ ବିଜେପିକୁ ବଙ୍ଗଳା ବିରୋଧୀ ଦଳ ବୋଲି କହିଛନ୍ତି । ଏହା ସହିତ ବିଜେପି ଉପରେ ଅଭିଯୋଗ କରିଛନ୍ତି ଯେ ଦଳ ଏନଆରସିଙ୍କ ନାମରେ ଦଳିତ, ଆଦିବାସୀ ଏବଂ ଓବିସିମାନଙ୍କୁ ବାହାର କରିଦେବାକୁ ଯୋଜନା କରୁଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ ବଙ୍ଗଳାରେ ଏନଆରସି ଲାଗୁ କରିବାକୁ ଆମେ ଅନୁମତି ଦେବୁ ନାହିଁ । ସିପିଆଇ (ଏମ୍) ଏବଂ କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି ଯେ କେବଳ ଟିଏମସି ବଙ୍ଗଳାରେ ବିଜେପି ବିରୋଧରେ ଲଢ଼ୁଛି, ଅନ୍ୟ ଦୁଇ ଦଳ ସେମାନଙ୍କୁ (ବିଜେପି) ସାହାଯ୍ୟ କରୁଛନ୍ତି । ସେ କହିଛନ୍ତି ଯେ ଜାତୀୟ ସ୍ତରରେ ସେ ବିରୋଧୀ ଦଳ ସହ ଅଛନ୍ତି, କିନ୍ତୁ ଦେଶକୁ ବଞ୍ଚାଇବା ପାଇଁ ଟିଏମସିକୁ ବଙ୍ଗଳାରେ ଜିତିବାକୁ ପଡ଼ିବ ।












Click it and Unblock the Notifications