SIRକୁ ନେଇ ମମତାଙ୍କ ବିସ୍ଫୋରକ ବୟାନ; କହିଲେ ତାଲିକାରୁ ଗୋଟିଏ ନାଁ ବାଦ୍ ପଡ଼ିଲେ ବିଦ୍ରୋହ
ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ଅଛି ବିଧାନସଭା ନିର୍ବାଚନ, ଆଉ ଏହା ପୂର୍ବରୁ ଏସଆଇଆରକୁ ନେଇ ସରଗରମ ହୋଇଛି ପଶ୍ଚମବଙ୍ଗ ରାଜନୀତି । ଅନେକ ରାଜ୍ୟରେ ଏବେ ବି ଏସଆଇଆର୍ କାମ ପୂରା କରିବାକୁ ସମୟ ସୀମା ବଢ଼ାଯାଇଥିବାବେଳେ, ପଶ୍ଚିମବଙ୍ଗରେ କିନ୍ତୁ ତାରିଖ ପରିବର୍ତ୍ତନ ହୋଇନି । ତେଣୁ ଏହାକୁ ନେଇ ଜୋର ଧରିଛି ରାଜନୀତି ।

ନିର୍ବାଚନ କମିସନଙ୍କ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପଶ୍ଚିମବଙ୍ଗରେ ପାଖାପାଖି ସମସ୍ତଙ୍କୁ ମତଗଣନା ଫର୍ମ ବଣ୍ଟାଯାଇସରିଛି । ହେଲେ ସେଠାରେ ପ୍ରାୟ ୫୮ ଲକ୍ଷ ଅଧିକ ଭୋଟରଙ୍କୁ ନେଇ ଏବେ ପ୍ରଶ୍ନ ଛିଡ଼ା ହୋଇଛି । କୁହାଯାଉଛି ସେମାନଙ୍କ ଭିତରେ ଅନେକ ମୃତ ଭୋଟର ଅଛନ୍ତି । ଆଉ କିଛି ନିଖୋଜ ଭୋଟର ରହିଛନ୍ତି, ଯେଉଁମାନଙ୍କୁ କି ବେଆଇନ ଭାବେ ଭୋଟର ଲିଷ୍ଟରେ ସାମିଲ କରାଯାଇଥିଲା । ବର୍ତ୍ତମାନ ଏସଆଇଆର ପ୍ରକ୍ରିୟା ପୂରା ହେବା ପରେ ଏହି ଭୋଟରମାନେ ବାଦ୍ ପଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପଶ୍ଚିମବଙ୍ଗରେ ଏସଆଇଆ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ସେ ଏପର୍ଯ୍ୟନ୍ତ SIR ଫର୍ମ ଦାଖଲ କରିନାହାଁନ୍ତି । ତାଙ୍କୁ ତାଙ୍କର ନାଗରିକତା ପ୍ରମାଣ କରିବା ପାଇଁ କୌଣସି ଫର୍ମ ପୂରଣ କରିବାକୁ ପଡିବ ନାହିଁ ଏବଂ ଏପରି କରିବା ତାଙ୍କ ପାଇଁ ଅପମାନଜନକ ହେବ ବୋଲି କହିଛନ୍ତି ମମତା ବାନାର୍ଜୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାଂସଦ, କେନ୍ଦ୍ରମନ୍ତ୍ରୀ ଏବଂ ତିନିଥର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ, ତାଙ୍କୁ ଯଦି ଏବେ ତାଙ୍କର ନାଗରିକତା ପ୍ରମାଣ କରିବାକୁ କୁହାଯିବ, ତେବେ ଏହା ଅପମାନ ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୃଷ୍ଣନଗରର ଏକ ରାଲିରେ ବିଜେପି ଉପରେ ଜୋରଦାର ଆକ୍ରମଣ କରିଥିଲେ । ସେ କହିଥିଲେ ଯେ, କେନ୍ଦ୍ର ସରକାର ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ବ୍ୟାପକ ଅନିୟମିତତା କରିବାକୁ ଚାହୁଁଛି । ବିଜେପି ସିଧାସଳଖ ଦେଢ କୋଟି ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦେବାକୁ ଷଡ଼ଯନ୍ତ୍ର କରୁଛି । ରାଲିରେ ସେ ଆହୁରି ମଧ୍ୟ କହିଥିଲେ ଯେ, ଯଦି SIR ପ୍ରକ୍ରିୟା ସମୟରେ ଜଣେ ବି ଯୋଗ୍ୟ ଭୋଟରଙ୍କୁ ବାଦ ଦିଆଯାଏ ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ପ୍ରତିବାଦ ଆରମ୍ଭ କରାଯିବ ।
ପଶ୍ଚିମବଙ୍ଗରେ ବର୍ତ୍ତମାନ ମୋଟ ଭୋଟରଙ୍କ ସଂଖ୍ୟା ୭ କୋଟି ୬୬ ଲକ୍ଷ ୩୭ ହଜାର ୫୨୯ । ହେଲେ ଏସଆଇଆର ପ୍ରକ୍ରିୟା ସମୟରେ ୫୮ ଲକ୍ଷରୁ ଅଧିକ ଲୋକଙ୍କ ସମ୍ପର୍କରେ କିଛି ବି ସୂଚନା ମିଳିପାରିନି । ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇଛି ଯେ, ଏହି ୫୮ ଲକ୍ଷ ଭୋଟରଙ୍କ ଭିତରୁ ୨୪ ଲକ୍ଷ ହେଉଛନ୍ତି ମୃତ ଭୋଟର ଏବଂ ୧୨ ଲକ୍ଷରୁ ଅଧିକ ଭୋଟରଙ୍କ ପତ୍ତା ମିଳୁନି । ସେହିପରି ୧୯ ଲକ୍ଷରୁ ଅଧିକ ଭୋଟର ସେମାନଙ୍କର ଠିକଣା ବଦଳାଇସାରିଛନ୍ତି ଏବଂ ୧ ଲକ୍ଷ ୩୭ ହଜାର ଭୋଟର ହେଉଛନ୍ତି ମିଛ ଭୋଟର ।
-
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
VerSe Innovation ର ନୂତନ ପଦକ୍ଷେପ: ପି.ଆର୍. ରମେଶ ସ୍ୱତନ୍ତ୍ର ନିର୍ଦ୍ଦେଶକ ଓ ଅଡିଟ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତ -
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ





Click it and Unblock the Notifications