Get Updates
Get notified of breaking news, exclusive insights, and must-see stories!

ମମତାଙ୍କ ବଡ ଯୋଜନା, ପଶ୍ଚିମବଙ୍ଗରେ ଦୁଇ ମାସ ପାଇଁ ଲାଗୁହେବ ୧୪୪ ଧାରା !

ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର କୋଲକାତାରେ ଧାରା ୧୪୪ ଲାଗୁ କରିବାକୁ ଚିନ୍ତା କରୁଛନ୍ତି। ଆସନ୍ତା ୨୮ ତାରିଖରୁ ୬୦ ଦିନ ପାଇଁ ୧୪୪ ଧାରା ଲାଗୁ ହେବ। ଏହି ଅନୁଯାୟୀ କୋଲକାତାର ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ଲୋକ ଠିଆ ହେବା ଉପରେ ପ୍ରତିବନ୍ଧକ ଲଗାଯିବ। ସରକାର କହିଛନ୍ତି, ସହରରେ ହିଂସାତ୍ମକ ପ୍ରଦର୍ଶନ ହେବାର ସମ୍ଭାବନା ରହିଛି, ଯାହା ଦ୍ୱାରା ଜନସାଧାରଣଙ୍କ ଶାନ୍ତି ବିପର୍ଯ୍ୟସ୍ତ ହୋଇପଡ଼ିବ। କୋଲକାତା ପୋଲିସ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି, ୫ କିମ୍ବା ଅଧିକ ବ୍ୟକ୍ତିଙ୍କ କୌଣସି ବେଆଇନ ସଭା ଉପରେ ନିଷେଧାଦେଶ ଆସନ୍ତା ୨୮ରୁ ଜୁଲାଇ ୨୬ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।

Mamata Banerjee

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରାଯାଇଛି। କୋଲକାତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ଶୋକୁ ରୋକିବା ପାଇଁ ଏହା କରାଯାଉଛି ବୋଲି ଭାଜପାର ରାଜ୍ୟ ୟୁନିଟ୍‌ କହିଛି। ବଙ୍ଗଳା ଭାଜପା ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ଶୋ' ବନ୍ଦ କରିବା ଏକ ନିରାଶା ପଦକ୍ଷେପ। ୫ମ ପର୍ଯ୍ୟାୟ ନିର୍ବାଚନ ପରେ ଜନସାଧାରଣଙ୍କ ଇଚ୍ଛାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀ ଏବେ ଭୟଭୀତ ହୋଇପଡ଼ିଛନ୍ତି। ମୋଦିଜୀଙ୍କ ରୋଡ୍‌ ଶୋ' ବନ୍ଦ କରିବାକୁ ସେ କୋଲକାତା ପୋଲିସକୁ ସହରରେ ଧାରା ୧୪୪ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+