ମମତାଙ୍କ ମନମାନି ; ଓଡ଼ିଶା ପରେ ଝାଡ଼ଖଣ୍ଡରେ ଆଳୁ ସଙ୍କଟ, ବିଜେପି ବିଧାୟକ

ଓଡ଼ିଶା ପରେ ଏବେ ଝାଡ଼ଖଣ୍ଡ । ପଶ୍ଚିମବଙ୍ଗ ସୀମାରେ ଆଳୁ ବୋଝେଇ ଟ୍ରକ୍ ଅଟକିବା ଘଟଣାକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ ହୋଇଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କହିଛି ଆଳୁ ଅତ୍ୟାବଶ୍ୟକ ସାମଗ୍ରୀ ନୁହେଁ । ଅନ୍ୟ ରାଜ୍ୟରୁ ପର୍ୟ୍ୟାପ୍ତ ପରିମାଣରେ ଆଳୁ ଆସୁଛି ।

Potato

ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରୁଛି, ବିଜେପି ବିଧାୟକ ସିପି ସିଂହ କହିଛନ୍ତି ଯଦି ଝାଡ଼ଖଣ୍ଡ କୋଇଲା ଏବଂ ଖଣିଜ ପଦାର୍ଥ ବନ୍ଦ କରେ ତେବେ କ'ଣ ହେବ । ବିଧାୟକ ସିଂହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି, ପଶ୍ଚିମବଙ୍ଗ ସରକାର ଝାଡ଼ଖଣ୍ଡକୁ ଆଳୁ ଯୋଗାଣ ଉପରେ କଟକଣା ଲଗାଇଛନ୍ତି । ଏହି କାରଣରୁ ଝାଡ଼ଖଣ୍ଡ-ପଶ୍ଚିମବଙ୍ଗ ସୀମାରେ ଆଳୁ ବୋଝେଇ ଟ୍ରକ୍ ଛିଡ଼ା ହୋଇଛି ।

ଅନ୍ୟପକ୍ଷରେ ଝାଡ଼ଖଣ୍ଡରେ ଆଳୁ ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ କରିବାକୁ ବିରୋଧୀଙ୍କୁ ସୁଯୋଗ ମିଳିଛି । ପଶ୍ଚିମବଙ୍ଗ ସୀମାରେ ଆଳୁ ବୋଝେଇ ଏକ ଟ୍ରକ୍ ଅଟକିଥିବା ଖବରକୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମାନିଛନ୍ତି । ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟ ଶାସନ ସଚିବ ଅଲକା ତିୱାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେପଟେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ ଆଳୁ ସମସ୍ୟାର କାର୍ୟ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଖୁବଶୀଘ୍ର ଏକ କମିଟି ଗଠନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପଶ୍ଚିମବଙ୍ଗ ସରକାର ଆଳୁ ବୋଝେଇ ଟ୍ରକକୁ ଝାଡ଼ଖଣ୍ଡ ଯିବାରୁ ଅଟକାଇବାକୁ ନିଷ୍ପତ୍ତି ନେଇଛନ୍ତି । ଟ୍ରକ ନପହଞ୍ଚିବା କାରଣରୁ ଝାଡ଼ଖଣ୍ଡରେ ଆଳୁ ଦର ଆକାଶଛୁଆଁ ହୋଇଛି । ରାଞ୍ଚି ବିଧାୟକ ସିପି ସିଂହ କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନଭେମ୍ବର ୨୮ରେ ହେମନ୍ତ ସୋରେନଙ୍କ ଶପଥ ଗ୍ରହଣକୁ ଆସିଥିଲେ । ରାଞ୍ଚି ଛାଡ଼ିବା ପରେ ଏମିତି କ'ଣ ହେଲା ଯେ ପରଦିନ ଆଳୁ ଯୋଗାଣ ବନ୍ଦ ହୋଇଗଲା ?

ଯଦି ଝାଡ଼ଖଣ୍ଡ କୋଇଲା ଓ ଖଣିଜ ପଦାର୍ଥ ବନ୍ଦ କରେ ତେବେ କ'ଣ ହେବ ? ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଝାଡ଼ଖଣ୍ଡ ସରକାର ବୁଝିବା ଦରକାର । ସିପି ସିଂ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାହାର ନୁହଁନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ ମୁଖପାତ୍ର ମନୋଜ ପାଣ୍ଡେ କହିଛନ୍ତି ଯପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିରେ ବିଶେଷ ଫରକ ପଡ଼ିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+